Vegetarian

ଗୋଟା ଭେଣ୍ଡି ଭଜା

ଉପକରଣ – ଭେଣ୍ଟି-୨୫୦ ଗ୍ରାମ୍, ଆମଚୁର-୧ଟେବୁଲ ଚାମୁଚ, ଗରମ ମସଲା-ଅଧ ଚାମୁଚ, ତେଲ-୨ ଚାମୁଚ, ଆବଶ୍ୟକ ଅନୁସାରେ ଲୁଣ, ଲଙ୍କାଗୁଣ୍ଡ, ଜିରା ଗୁଣ୍ଡ ଓ ଧନିଆ ଗୁଣ୍ଡ ନେବେ ।

ପ୍ରସ୍ତୁତି- ପ୍ରଥମେ ଭେଣ୍ଡିଗୁଡ଼ିକ ଭଲକରି ଧୋଇ ସେଥିରୁ ପାଣି ନିଗାଡ଼ି ଦେବେ । ତା’ପରେ ଏହାର ଭୁଣ୍ଡି କାଟି ଦେବେ । ଏହାକୁ ତଳ ଅଂଶରୁ ଅଳ୍ପ କାଟି ଦେବେ । ଗୋଟା ଆକାରରେ ଭେଣ୍ଡିର ମଝିକୁ ଚିରି ଦେବେ ଯେପରି ଏହା ଗୋଟା ରହିବ । ସେଥିପ୍ରତି ଦୃଷ୍ଟି ଦେବେ । ସବୁ ମସଲା ଭାଜି ଗୁଣ୍ଡକୁ ଏକାଠି ମିଶାଇ ଗୋଳାଇ ଦିଅନ୍ତୁ । ସେହି ଚିରା ଅଂଶ ଭିତରେ ମସଲା ମିଶ୍ରଣକୁ ଭର୍ଭି କରି ରଖନ୍ତୁ । ଗରମ ତେଲ ପାତ୍ରରେ ଏହାକୁ ଭାଜନ୍ତୁ । ଏଥର ଗୋଟା ଭେଣ୍ଡି ଭଜା ପ୍ରସ୍ତୁତ ହୋଇଗଲା ।

Leave a Reply

error: Content is protected !!