Vegetarian

ଡ଼ାଲମା

ଉପକରଣ – ହରଡ଼ ଡ଼ାଲି-୧ କପ, ଅମୃତ ଭଣ୍ଡା-୧୦୦ଗ୍ରାମ୍, କଞ୍ଚା କଦଳୀ -୧ଟା, ବାଇଗଣ-୧ଟା, ଘିଅ-୧ଟେବୁଲ ଚାମୁଚ, କୋରା ନଡ଼ିଆ-ଆଧା, କପ, ତେଜପତ୍ର-୨ଟା, ଶୁଖଲା ଲଙ୍କା-୧ଟା, ଫୁଟଣ-ଅଧା ଚାମୁଚ, ଜିରା ଗୁଣ୍ଡ-ଅଧା ଚାମୁଚ, ଲଙ୍କାଗୁଣ୍ଡ-୧/୪ ଚାମୁଚ, ଦରକାର । ମୁତାବକ ଲୁଣ ଓ ହଳଦି ଗୁଣ୍ଡ ନେବେ ।

ପ୍ରସ୍ତୁତି – ପ୍ରଥମେ ହରଡ଼ ଡ଼ାଲିରେ ଲୁଣ ଓ ହଳଦି ପକାଇ ସିଝାନ୍ତୁ । କଞ୍ଚା କଦଳୀ, ଆଳୁ, ବାଇଗଣ ଓ ଅମୃତଭଣ୍ଡାକୁ ଛୋଟ ଛୋଟ କରି କାଟି ଧୋଇ ରଖନ୍ତୁ । ଡ଼ାଲି ଫୁଟିଗଲେ। ସେଥିରେ ଏହି ପରିବା ସବୁ ପକାଇ ସିଝାଇ ଦିଅନ୍ତୁ । ପରିବା ସବୁ ସିଝିଗଲେ ଢ଼ାଲିକୁ ଓହ୍ଲାଇ ତଳେ ରଖନ୍ତୁ । ଗରମ ଘିଅ କରେଇରେ ଶୁଖଲା ଲଙ୍କା ଛିଣ୍ଡାଇ, ଫୁଟଣ ଓ ତେଜପତ୍ର ପକାଇ ଭାଜି ଦିଅନ୍ତୁ । ଏହା ଫୁଟିଗଲେ ସେଥିରେ କୋରା ନଡ଼ିଆ ପକାଇ ଭାଜି ଦିଅନ୍ତୁ । ନଡ଼ିଆ କୋରା ଭଲ ଭାବରେ ଭାଜି ହୋଇଗଲେ ସେଥିରେ ଡ଼ାଲି ଓ ପରିବା ସିଝା ପକାଇ ଭଲ ଭାବରେ ଗୋଳାଇ ଦିଅନ୍ତୁ । ଏହା ଭଲ କରି ଫୁଟିଗଲେ ସେଥିରେ ଜିରା ଗୁଣ୍ଡ ଓ ଲଙ୍କା ଗୁଣ୍ଡ ଦେଇ ଓହ୍ଲାଇ ଦିଅନ୍ତୁ । ବର୍ଭମାନ ଡ଼ାଲମା ପ୍ରସ୍ତୁତ ହୋଇଗଲା । (ହରଡ଼ ଡ଼ାଲି ବଦଳରେ ମୁଗ ଡ଼ାଲିରେ ମଧ୍ୟ ଡ଼ାଲମା କରିପାରିବେ ।)

Leave a Reply

error: Content is protected !!