Vegetarian

କଖାରୁ ଡଙ୍କ ଚଡ଼ଚଡ଼ି

ଉପକରଣ : କଖାରୁ ଡଙ୍କ-୫ ଖଣ୍ଡ, ୩ଟି-ଆଳୁ, ଛୋଟ ବାଇଗଣ-୨ଟି, କଖାରୁ । -ଛୋଟ ଖଣ୍ଡ, ସୋରିଷ-୧ଟା ଚା’ ଚାମୁଚ, ଜିରା-ଅଧ ଚାମୁଚ, ଶୁଖିଲା ଲଙ୍କା-୨ ଟି, ଛୋଟ ପିଆଜ-୨ଟି, ରସୁଣ-୪କୋଲା, ଛୋଟ ଅଦା ଖଣୋ, ଚିନି-୧ଚାମୁଚ, ହଳଦି-୧ ଚାମୁଚ, ତେଲ-୨୫ ଗ୍ରାମ୍ ଓ ଦରକାର ଅନୁସାରେ ଲୁଣ ନେବେ) ।

ପ୍ରସ୍ତୁତି- ପ୍ରଥମେ ସୋରିଷ, ଜିରା, ଲଙ୍କା, ପିଆଜ, ରସୁଣ ଓ ଅଦାକୁ ଏକାଠି କାଟି ଦିଅନ୍ତୁ । କଖାରୁ ଡଙ୍କ ଓ ପତ୍ରକୁ ଭଲ ଭାବରେ ପରିଷ୍କାର କରି ଧୋଇ ଛୋଟ ଛୋଟ କାଟି ରଖନ୍ତୁ । ଆଳୁ, ବାଇଗଣ ଓ କଖାରୁକୁ ଛୋଟ ଛୋଟ କାଟି ଧୋଇ ରଖନ୍ତୁ । ଗରମ ତେଲରେ ଫୁଟଣ ଫୁଟାଇ ସେଥିରେ ଆଳୁ, ବାଇଗଣ ଓ କଖାରୁକୁ ଭାଜନ୍ତୁ । ଆଳୁ, ବାଇଗଣ ଓ କଖାରୁ ଭାଜି ହୋଇଗଲେ କଟା କଖାରୁ ଡଙ୍କ ଓ ପତ୍ର । ସେଥିରେ ପକାନ୍ତୁ । ଅଚ୍ଛ ସମୟ ଭାଜିଲାପରେ ସେଥିରେ ମସଲା ପକାନ୍ତୁ । ମସଲା ଟିକେ ଭାଜି ହୋଇଗଲେ ଚିନି, ହଳଦି ଓ ଲୁଣ ପକାନ୍ତୁ । ତା’ପରେ ଏଥିରେ ଦରକାର ଅନୁସାରେ ପାଣି ଦେଇ ଢାଙ୍କୁଣି ବନ୍ଦ କରି ଦିଅନ୍ତୁ । ମଝିରେ ମଝିରେ ପରିବାକୁ ଭଲ କରି ଘାଣ୍ଟି ଦେଉଥିବେ । ନହେଲେ ପରିବାତଳ ପୋଡ଼ିଯିବ ଓ ତରକାରୀ ଖରାପ ଲାଗିବ । ପରିବା ସିଝିଗଲେ ଓ ଏଥିରୁ ପାଣି ଅଂଶ କମିଗଲେ ଏହାକୁ ଓହ୍ଲାଇ ଦେବେ । ଏହି ତରକାରୀରେ ପାଣି ରହିଲେ ଭଲ , ଲାଗିବ ନାହିଁ । ଏଥର କଖାରୁ ଡଙ୍କ ଚଡ଼ଚଡ଼ି ପ୍ରସ୍ତୁତ ହୋଇଗଲା ।

Leave a Reply

error: Content is protected !!