Vegetarian

ପଣସ ଚପ୍

ଉପକରଣ – ସିଝା, ପଣସ କଠୀ-୫୦୦ ଗ୍ରାମ, ସିଝା ମଟର-୧୦୦ଗ୍ରାମ, ଭଜା ବାଦାମ୍-୫୦ଗ୍ରାମ୍, କଟା ନଡ଼ିଆ-୫୦ଗ୍ରାମ୍, ବଟା ଅଦା-୪ଚାମୁଚ, ବଟା, ରସୁଣ୪ଚାମୁଚ, କଟା ପିଆଜ- ୧୫୦ ଗ୍ରାମ୍, ଜିରା ଗୁଣ୍ଡ-୪ଚାମୁଚ, ଲଙ୍କାଗୁଣ୍ଡ-୨ ଚାମୁଚ, ହଳଦିଗୁଣ୍ଡ-୨ ଚାମୁଚ, ଗରମ ମସଲା ଗୁଣ୍ଡ-୨ ଚାମୁଚ, ଫୁଟଣ-୨ ଚାମୁଚ, ଭୂସୁଙ୍ଗା ପତ୍ର-୧୨ଟି, ଜୁଆଣୀ-୨ ଚାମୁଚ, ବେସନ-୬୦୦ ଗ୍ରାମ୍, ଖାଇବା ସୋଢ଼ା-୧ ଚାମୁଚ, ଆବଶ୍ୟକ ଅନୁସାରେ ଛାଣିବା ପାଇଁ ତେଲ ଓ ଲୁଣ ନେବେ ।

ପ୍ରସ୍ତୁତି – ପଣସ ସିଝାକୁ ଚକଟି ଦିଅନ୍ତୁ । ଗରମ ତେଲରେ ଫୁଟଣ, ପିଆଜ ଓ ଭୂସୁଙ୍ଗା ପତ୍ର ପକାଇ ଭାଜନ୍ତୁ । ପିଆଜ ବାଦାମୀ ରଙ୍ଗ ହୋଇଗଲେ ସେଥିରେ ହଳଦି, ଅଦା, ଓ ରସୁଣ ବଟା ପକାଇ ପୁଣି କଷନ୍ତୁ । ମସଲା ପ୍ରସ୍ତୁତ ହୋଇଗଲେ ସେଥିରେ ସିଝା, ପଣସ ଚକଟା, ସିଝା ମଟର, ଭଜା ବାଦାମ, ନଡ଼ିଆ କଟା, ଗରମ ମସଲା ଓ ଲୁଣ ଦେଇ ଭଲ ଭାବରେ ଗୋଳେଇ ମିଶାଇ ଦିଅନ୍ତୁ । ବେସନରେ ଲୁଣ,ଜୁଆଣୀ, ଖାଇବା ସୋଢ଼ା ଓ ଆବଶ୍ୟକ ପରିମାଣରେ ପାଣି ମିଶାଇ ବହଳିଆ ମିଶ୍ରଣ ପ୍ରସ୍ତୁତ କରନ୍ତୁ । ଗରମ ତେଲ କରେଇରେ ମସଲାଯୁକ୍ତ ପଣସକୁ ଗୋଲ ଗୋଲ ରସଗୋଲା ପରି କରି ବେସନରେ ସଂପୂର୍ଣ୍ଣ ବୁଢ଼ାଇ ଚପ୍ ଛାଣନ୍ତୁ । ବର୍ତମାନ ପଣସ ଚପ୍ ପ୍ରସ୍ତୁତ ଜୋହାଇଗଲା ।

Leave a Reply

error: Content is protected !!