Vegetarian

ମେଥି ଶାଗ

ଉପକରଣ- ମେଥି ଶାଗ-୨ବିଡ଼ା, ଭଜା ମୁଗ ଡାଲି-୫୦ଗ୍ରାମ, ନଡ଼ିଆ କୋରା – ଫାଳେ, ଫୁଟଣ-୧ଛୋଟ ଚାମୁଚ, ଶୁଖିଲା ଲଙ୍କା-୨ଟା, ରସୁଣ-୧୦ କୋଲା, ଆବଶ୍ୟକ ପରିମାଣରେ ଲୁଣ ଓ ହଳଦି ନେବେ ।
ପ୍ରସ୍ତୁତି- ପ୍ରଥମେ ମୁଗ ଡାଲି ଭାଜି କରି ରଖନ୍ତୁ । ମେଥି ଶାଗକୁ ପରିଷ୍କାର କରି ବାଛି ଧୋଇ ପାଣି ଛାଣି ଛୋଟ ଛୋଟ କାଟିକି ରଖନ୍ତୁ । ଗରମ କରେଇରେ ପାଣି ଦେଇ ସେଥିରେ ଭଜା ମୁଗ ଡାଲି, ଲୁଣ ଓ ହଳଦି ଦେଇ ଘୋଢ଼େଇ ଦିଅନ୍ତୁ । ଡାଲି ସିଝିଗଲେ ସେଥିରେ ଶାଗ ପକାନ୍ତୁ । ଶାଗ ଅଳ୍ପ ସିଝିଗଲେ। ସେଥିରେ ନଡ଼ିଆ କୋରା ପକାଇ ଖଡ଼କି ଦିଅନ୍ତୁ । ଡାଲି ଓ ଶାଗ ସିଝିଗଲେ ତଳକୁ ଓହ୍ଲାଇ ଦିଅନ୍ତୁ । ଗରମ ତେଲ କରେଇରେ ଫୁଟଣ ଓ ଲଙ୍କା ପକାଇ ଭାଜନ୍ତୁ । ଫୁଟଣ ଫୁଟିଗଲେ ରସୁଣକୁ ଛେଚି ସେଥିରେ ପକାଇ ଖଡ଼କି ଦିଅନ୍ତୁ । ରସୁଣ ଭାଜି ହୋଇ ଲାଲ ହୋଇଗଲେ ଶାଗ ପକାଇ ଭାଜି ତଳକୁ ଓହ୍ଲାଇ ଦିଅନ୍ତୁ । ଏଥର ମେଥି ଶାଗ ପ୍ରସ୍ତୁତ ହୋଇଗଲା ।

Leave a Reply

error: Content is protected !!