Vegetarian

ମିକ୍ସଡ ଭେଜିଟେବୁଲ

ଉପକରଣ-ଆଳୁ-୨ଟା, ବାଇଗଣ-୧ଟା, ଫୁଲକୋବି ଛୋଟ ଛୋଟ-୪ ପାଖୁଡ଼ା, କଖାରୁ-୫୦ଗ୍ରାମ୍, ଗାଜର-୧ଟା, ଶାଗକଟା-୧ କପ, ବଡ଼ି-୭ଟା, ଫୁଟଣ-ଅଧ ଚାମୁଚ, ହଳଦିଗୁଣ୍ଡ-ଅଧ ଚାମୁଚ, ଶୁଖିଲା ଲଙ୍କା-୨ ଟି, ଆବଶ୍ୟକ ଅନୁସାରେ ତେଲ ଓ ଲୁଣ ନେବେ।

ପ୍ରସ୍ତୁତି-ପ୍ରଥମେ ସବୁ ପରିବାକୁ ଭଲକରି ଧୋଇ ଛୋଟ ଛୋଟ କରି କାଟି ଦିଅନ୍ତୁ । ଶାଗକୁ ମଧ୍ୟ ଛୋଟ ଛୋଟ କାଟି ରଖନ୍ତୁ । ବଡ଼ିକୁ ଭାଜି ରଖନ୍ତୁ । ଗରମ ତେଲ କରେଇରେ ଫୁଟଣ ଓ ଲଙ୍କା ପକାଇ ଫୁଟାନ୍ତୁ । ସେଥିରେ ସବୁ କଟା ପନିପରିବା, ଲୁଣ ଓ ହଳଦି ପକାଇ ଅଳ୍ପ ଆଞ୍ଚରେ ସିଝାଇ ଦିଅନ୍ତୁ । ପନିପରିବା ସବୁ । ସିଝିଗଲା ପରେ ସେଥିରେ କଟା ଶାଗ ପକାଇ ଭଲକରି ଖଡ଼କି ଦିଅନ୍ତୁ । ଅଳ୍ପ ସମୟ ପରେ ବଡ଼ିକୁ ଦରଦର ଭାଙ୍ଗି ସେଥିରେ ପକାଇ ପାଞ୍ଚ ମିନିଟ ପର୍ଯ୍ୟନ୍ତ ଅଳ୍ପ ଆଞ୍ଚରେ ତରକାରୀକୁ ବସାନ୍ତୁ । ଏଥର ମିକ୍ସଡ ଭେଜିଟେବୁଲ ତରକାରୀ ପ୍ରସ୍ତୁତ ହୋଇଗଲା ।

Leave a Reply

error: Content is protected !!