Non- Vegetarian

ଜିଞ୍ଜର ଚିକେନ୍

ଉପକରଣ – ହାଡ଼ ନଥିବା ଚିକେନ୍-୪୦୦ ଗ୍ରାମ୍, ରିଫାଇନ ତେଲ-୪୦୦ ଗ୍ରାମ, ଅଣ୍ଡା-୨ଟା, ମକା ଗୁଣ୍ଡ ବା କର୍ଣ୍ଣଫ୍ୱାର – ୧୦୦ ଗ୍ରାମ୍, ଚାଇନା ସଲ୍-୧ ଚାମୁଚ, ସୋୟାବିନ ସସ୍-୫୦ ଗ୍ରାମ, ଚିଲି ସସ୍-୫୦ ଗ୍ରାମ, ବିଲାତି ବାଇଗଣ ସସ୍-୫୦ ଗ୍ରାମ, ଲଙ୍କା ଗୁଣ୍ଡ – ୧ଚାମୁଚ, ପିଆଜ ୧୫ ୦ – ଗ୍ରାମ୍, କ୍ୟାପ୍ସିକମ-୧୫୦ ଗ୍ରାମ୍, ଅଦା-୧୦୦ ଗ୍ରାମ୍, ବ୍ଲକ ପିପର-୧ ଚାମୁଚ, ଆବଶ୍ୟକ ଅନୁସାରେ ଚିନି, ଲୁଣ ଓ ପାଣି ନେବେ ।

ପ୍ରସ୍ତୁତି – ହାଡ଼ ନଥିବା ଚିକେନ୍‌କୁ ପ୍ରଥମେ ଚାରି କୋଣିଆ କରି କାଟି ରଖନ୍ତୁ । ଏହାକୁ ଭଲ କରି ଧୋଇ ପାଣି ନିଗାଡ଼ି ଦେବେ । ସେଥିରେ ଅଣ୍ଡା, ମକା ଗୁଣ୍ଡ କିମ୍ବା କର୍ଣ୍ଣଫ୍ୱାର, ଚାଇନା ସଲ୍, ସୋୟାସସ୍ ଓ ଲଙ୍କା ଗୁଣ୍ଡକୁ ପକାଇ ଗୋଳାଇ ଦିଅନ୍ତୁ । ତା’ପରେ ଗରମ ତେଲରେ ଏହାକୁ ଛାଣି ଅଲଗା ରଖନ୍ତୁ । ଅଦା, କ୍ୟାପ୍ସିକମ୍ ଓ ପିଆଜକୁ କାଟି ଅଲଗା ରଖନ୍ତୁ । ଗରମ ତେଲରେ ଅଦା, କ୍ୟାପ୍ସିକମ୍ ଓ ପିଆଜକୁ ପକାଇ ଭଲ କରି ଭାଜି ଦିଅନ୍ତୁ । ପୂର୍ବରୁ ଛଣା ଚିକେନକୁ ସେଥିରେ ପକାଇ ଦଅନ୍ତୁ । ପୁଣ ବଲାତ ସସ୍, ଚଲ ସସ୍, ସୋୟାବନ୍ସସ୍. ଚାଇନା ସଲ୍, ଚନ ଓ ବ୍ଲକ୍ ପିପରକୁ ସେଥୁରେ ପକାନ୍ତୁ । କିଛି ସମୟ କଷି ଦେଲା ପରେ ଗୋଟେ କପ ପାଣି ଏବଂ ଦରକାର ଅନୁଯାୟୀ ଲୁଣ ସେଥିରେ ପକାନ୍ତୁ । ଭଲ କରି ଫୁଟିଯାଇ ତରକାରୀ ପ୍ରସ୍ତୁତ ହୋଇଗଲେ ଏହାକୁ ତଳକୁ ଓହ୍ଲାଇ ସେଥିରେ କଟା ଧନିଆ ପତ୍ର ଦେଇ ପରିବେଷଣ କରନ୍ତୁ ।

Leave a Reply

error: Content is protected !!