Non-Vegetarian Other Regional Foods

ଚିକେନ୍ ଟିକା

ଉପକରଣ – ହାଡ଼ ନଥିବା ଚିକେନ-୫୦ ଖଣ୍ଡ, ଦହି-୧୦୦ ଗ୍ରାମ୍, ବଟା କଞ୍ଚାଲଙ୍କା – ୨୦ ଗ୍ରାମ୍, ବଟା, ଅଦା ଓ ରସୁଣ-୪ଚାମୁଚ, ଲଙ୍କା ଗୁଣ୍ଡ-୨ ଚାମୁଚ, କଟା କଞ୍ଚାଲଙ୍କା-ଅଜ, ଲେମ୍ବୁ ରସ-୪ଚାମୁଚ, କଟା ଧନିଆ ପତ୍ର-୨ବିଡ଼ା, ଗରମ ମସଲା-୨ ଚାମୁଚ ଓ ଆବଶ୍ୟକ ଅନୁଯାୟୀ ଲୁଣ ଏବଂ ପାଣି ନେବେ ।

ପ୍ରସ୍ତୁତି – ପ୍ରଥମେ ଚିକେନ୍ ଖଣ୍ଡକୁ ଧୋଇ ପରିଷ୍କାର କରି ପାଣି ଛାଣି ରଖନ୍ତୁ । ଗୋଟିଏ ପାତ୍ରରେ ଦହିକୁ ଗୋଳାଇ ସେଥିରେ ସମସ୍ତ ମସଲାକୁ ଭଲ କରି ଫେଣ୍ଟି ଦିଅନ୍ତୁ । ଚିକେନ ଖଣ୍ଡ ଗୁଡ଼ିକୁ ଏହି ଦହି ମିଶ୍ରଣରେ ୫ଘଣ୍ଟା ବୁଡ଼ାଇ ରଖନ୍ତୁ । ଗରମ ଓଭେନର ଗ୍ରୀଲ ଷ୍ଟିକରେ ଚିକେନ୍ ଉପରେ ତେଲ ଲଗାଇ ୧୦ ମିନିଟ ଗରମ କରନ୍ତୁ । ଚିକେନ୍‌କୁ କାଢ଼ି ସେଥିରେ ଲେମ୍ବୁ ରସ ଓ ଚାଟ ମସଲା ପକାଇ ଚିକେନ ଟିକା ପ୍ରସ୍ତୁତ କରନ୍ତୁ ।

Leave a Reply

error: Content is protected !!