Non-Vegetarian Other Regional Foods

ଟିକେନ୍ ଡ୍ରମ ଷ୍ଟିକ୍

ପ୍ରସ୍ତୁତି – ଏହା ଚିକେନ୍‌ର ଡେଣା ମଧ୍ୟରେ ଥିବା ସରୁ ମାଂସ ଓ ହାଡ଼ରେ ପ୍ରସ୍ତୁତି ହୋଇଥାଏ । ଗୋଟିଏ ପାତ୍ରରେ ବଟା ଅଦା ରସୁଣ ୩୦ ଗ୍ରାମ, ଅଜିନା ମାଟୋ, ୧୦ ଗ୍ରାମ୍, କଳା ଗୋଲ ମରିଚ, କଞ୍ଚା ଅଣ୍ଡା, ୫ଟି, କର୍ଣ୍ଣଫୋର ୧୦୦ ଗ୍ରାମ୍, ମଇଦା। ୧୦୦ ଗ୍ରାମ୍, ସୋୟାବିନ ସସ୍ ୧୦ ଗ୍ରାମ, ଛେଚା, ଅଦା ରସୁଣ ୧୦୦ଗ୍ରାମ, ଛେଚା, କଞ୍ଚାଲଙ୍କା ୨୦ ଗ୍ରାମ୍ ଓ ୨୦ ଗ୍ରାମ୍ ଧନିଆ ପତ୍ରକୁ ଭଲ କରି ଗୋଳି ଦେବେ । ଡେଣା ସଫା କରି ତା’ ମଧରୁ ମାଂସ ପ୍ରସ୍ତୁତ କରି ଧୋଇ ଛାଣି ଦିଅନ୍ତୁ । ଏହି ଚିକେନ୍ ଉପରେ ଆଗରୁ ପ୍ରସ୍ତୁତ ମସଲା ସବୁ ଭଲ କରି ଗୋଳେଇ ଦିଅନ୍ତୁ । । କମ ଆଞ୍ଚରେ ଏକ ଲିଟର ତେଲରେ ଏହି ଚିକେନ୍‌କୁ ଛାଣି ଅଲଗା ରଖନ୍ତୁ । ଅନ୍ୟ ଏକ ପାତ୍ରରେ ୫୦ ଗ୍ରାମ୍ ତେଲ ଗରମ କରି ସେଥିରେ ଛେଚା, ଅଦା ରସୁଣ ୧୦୦ ଗ୍ରାମ୍, କଞ୍ଚାଲଙ୍କା ୨୦ ଗ୍ରାମ୍ ଓ ଧନିଆ ପତ୍ର ୨୦ଗ୍ରାମ୍ ମିଶାଇ ୧୦ ମିନିଟ୍ ପର୍ଯ୍ୟନ୍ତ ଭାଜନ୍ତୁ । ତା’ପରେ ୨ ଗୁସ ଗରମ ପାଣି ସହିତ ୮ଟୁ ୮ସସ୍ ୨୦ ଗ୍ରାମ୍, କ୍ୟାପସିକୋ ସସ୍ ୧୦ ଗ୍ରାମ, ସୋୟାବିନ୍ ସସ୍ ୨୦ ଗ୍ରାମ୍ ଦେଇ ଗୋଟିଏ ବଡ଼ ଲେମ୍ବୁ ଚିପୁଡ଼ିବେ । ଚିନି ୧୦ ଗ୍ରାମ୍ ଓ ମହୁ ୧୦୦ ଗ୍ରାମ୍ ଦେଇ ଭଲ କରି ଘାଣ୍ଟିବେ । – ପାଣି ଫୁଟିଗଲା ପରେ ପୂର୍ବରୁ ଛଣା ଚିକେନ୍ ସେଥିରେ ଦେବେ । ପାଣି ଶୁଖିଯିବା ପର୍ଯ୍ୟନ୍ତ ଏହାକୁ ଘାଣ୍ଟିବେ । ଏଥର ଚିକେନ୍ ଡ୍ରାମ ଷ୍ଟିକ୍ ପ୍ରସ୍ତୁତ ହୋଇଗଲା ।

Leave a Reply

error: Content is protected !!