Non-Vegetarian Other Regional Foods

ଚିକେନ୍ ପଞ୍ଜାବୀ

ପ୍ରସ୍ତୁତି – ୨ କିଲୋ ଚିକେନ୍‌କୁ ୩୦ ଖଣ୍ଡରେ ବିଭକ୍ତ କରି ଧୋଇ ପରିଷ୍କାର କରି ଛାଣି । ରଖନ୍ତୁ । କରେଇରେ ୧୫୦ ଗ୍ରାମ୍ ତେଲ ଗରମ କରି ସେଥୁରେ ଗୋଟା ମସଲା ୪୦ ଗ୍ରାମ୍
ଓ ଛେଚା ୩୦୦ ଗ୍ରାମ ପିଆଜ ଦେଇ ତାକୁ ଭଲ ଭାବରେ ଭାଜିବେ । ଏହା ବାଦାମୀ ରଙଗ ହେଲା ପରେ ସେଥୁରେ ବଟା ଅଦା ରସୁଣ ୧୫୦ ଗ୍ରାମ୍ ଓ ଲଙ୍କା ଗୁଣ୍ଡା ୪୦ ଗ୍ରାମ୍ ୧୦ ମିନିଟ୍
ପର୍ଯ୍ୟନ୍ତ ଭଲ ଭାବରେ କଷନ୍ତୁ । ତା’ପରେ ସେଥିରେ ଚିକେନ୍ ଖଣ୍ଡ ଗୁଡ଼ିକୁ ପକାଇ ୨୦ ମିନିଟ କଷନ୍ତୁ । ତା’ପରେ ଚିକେନ୍ ଖଣ୍ଡ ଗୁଡ଼ିକୁ ବାହାର କରି ଅଲଗା ରଖନ୍ତୁ । ସେଥିରେ ୪ଟା କଞ୍ଚା ଅଣ୍ଡା ଦେଇ ତା’ଉପରେ କାଜୁଗୁଣ୍ଡ ୪୦୦ ଗ୍ରାମ୍, କର୍ଣ୍ଣ ଫୋମ୍ବର ୨୦୦ ଗ୍ରାମ୍ ଓ ଆବଶ୍ୟକ ମୁତାବକ ଲୁଣ ଗୋଳାଇ ତେଲରେ ଭାଜି ଅଲଗା ରଖିବେ । ଏ । କରେଇରେ ବଟର ୧୦୦ ଗ୍ରାମ୍ ଗରମ କରି ଅଦା ଖଣ୍ଡ ୨୫ ଗ୍ରାମ, କଞ୍ଚାଲଙ୍କା ଖଣ୍ଡ ୫୦ ଗ୍ରାମ୍ ଓ ଗାଜର, ଖଣ୍ଡ ୨୦୦ ଗ୍ରାମ୍ ଦେଇ ଭଲ କରି ଭାଜିବେ । ଏହା ଉପରେ ଦୁଧ ୧ ଲିଟର ଓ ବଟା କାକୁ ୬୦୦ ଗ୍ରାମ୍ ପକାଇ ତା’ପରେ ଚିନି, ୩୦ ଗ୍ରାମ, ଅଳେଇଚ ଗୁଣ୍ଡ ୧୦ ଗ୍ରାମ, ବିଲାତି ବାଇଗଣ ସସ୍ ୪୦ ଗ୍ରାମ୍, ଗୋଟା,କାଜୁ ୧୦୦ ଗ୍ରାମ୍, ଲାଲ ଓ ହଳଦିଆ ର°ଗ ୮ ବୁନ୍ଦା ଏବଂ ଦରକାର ମୁତାବକ ଲୁଣ ପକାଇ ୧୦ ମିନିଟ୍ ପର୍ଯ୍ୟନ୍ତ କଷିବେ । ୨୦ ଅଣ୍ଡାର ୧୦ ଟି ଆମ୍‌ଲେଟ୍ କରି ତାକୁ ୧୦ଟି ପ୍ଲେଟରେ ବାଢ଼ିବେ । ପ୍ରତ୍ୟେକ ଫ୍ଲୋଟରେ ଚିକେନ ୩ ଖଣ୍ଡ ଦିଅନ୍ତୁ । ଏହା ଉପରେ ପନୀର ଗ୍ରେଟିଂ ୨୦୦ ଗ୍ରାମକୁ ସଜାଇ ଦିଅନ୍ତୁ । ଏଥର ଚିକେନ୍ ପଞ୍ଜାବୀ ପ୍ରସ୍ତୁତ ହୋଇଗଲା ।

Leave a Reply

error: Content is protected !!