Non-Vegetarian Other Regional Foods

ଚିକେନ୍ ହାଇଦ୍ରାବାଦୀ

ଉପକରଣ – ଚିକେନ-୨ କିଲୋ, ଜିରା ପାଉଡ଼ର-୨୦ ଗ୍ରାମ, ଚିଲି ପାଉଡ଼ର-୨୦ ଗ୍ରାମ, ହଳଦୀ ପାଉଡ଼ର-୧୦ ଗ୍ରାମ୍, ମେଥୁ ପତ୍ର-୨ ଗ୍ରାମ୍, ରିଫାଇନ୍ ତେଲ-୧୦୦ଗ୍ରାମ୍, ଘିଅ୧୦୦ଗ୍ରାମ୍, ଗୁଆ ଘିଅ-୨୦ ଗ୍ରାମ୍, ବଟା ଅଦା ଓ ରସୁଣ-୬୦ ଗ୍ରାମ, ପିଆଜ-୩୦୦ ଗ୍ରାମ୍, ବଟା ଟମାଟୋ-୩୦୦ ଗ୍ରାମ୍, ବଟା କାଜୁ-୧୦୦ ଗ୍ରାମ୍, ଭୃଷଙ୍ଗା ପତ୍ର-୨ ଗ୍ରାମ, ଧନିଆ ପତ୍ର୪୦ ଗ୍ରାମ୍, ଦହି-୩୦୦ ଗ୍ରାମ୍, ଗୋଲମରିଚ -୨ ଗ୍ରାମ, ଗରମ ମସଲା ଗୁଣ୍ଡ ୩୦ ଗ୍ରାମ୍, ଗୁଜୁରାତି ଗୁଣ୍ଡ-୨ ଗ୍ରାମ୍, ବଟା ପାନ ମଧୁରୀ-୫ ଗ୍ରାମ୍ ଓ ଲୁଣ-୪୦ ଗ୍ରାମ୍ ନେବେ ।

ପ୍ରସ୍ତୁତି – ଚିକେନ୍‌ରେ ଜିରା ପାଉଡ଼ର, ଚିଲି ପାଉଡ଼ର, ହଳଦି ପାଉଡ଼ର, ଦହି, ବଟା ଅଦା ଓ ରସୁଣ, ଭୃଷଙ୍ଗା ପତ୍ର ଓ ଲୁଣ ଦେଇ ୨ ଘଣ୍ଟା ରଖିବେ । ଗରମ କରେଇରେ ତେଲ ଓ ଘିଅକୁ ଗରମ କରି ସେଥିରେ ପିଆଜକୁ କାଟି ପକାଇ ଭାଜିବେ । ଏହା ଟିକିଏ ଲାଲ ହୋଇଗଲେ ମିଶ୍ରଣ ଚିକେନ୍‌କୁ ପକାଇ ଭଲ କରି ଘାଣ୍ଟିବେ । ପାଣି ମରିଗଲା ପରେ ତାକୁ ଓହ୍ଲାଇ ରଖିବେ । ୨୦ ମିନିଟ ପରେ କମ ଆଞ୍ଚରେ ଚିକେନକୁ ବସାଇବେ । ଏହା ଉପରେ କାଜୁ ବଟା ଓ ବିଲାତି ବାଇଗଣ ବଟାକୁ ମିଶାଇ ଭଲ କରି କଷିବେ । ପୁଣି ଗରମ ମସଲା ଗୁଣ୍ଡ ପକାଇ ଘାଣ୍ଟିବେ । ତା’ପରେ ଧନିଆ ପତ୍ର, ପାନମଧୁରୀ ବଟା ଓ ଗୁଆ ଘିଅକୁ ପକାଇ ୧୦ ମିନିଟ ପର୍ଯ୍ୟନ୍ତ ରାନ୍ଧିବେ । ୨ କପ ଗରମ ପାଣି ଦେଇ ଦେବେ । ଏହା ଭଲ କରି ଫୁଟିଗଲେ ଓହ୍ଲାଇ ଦେବେ । ବର୍ତ୍ତମାନ ଚିକେନ୍ ହାଇଦ୍ରାବାଦୀ ପ୍ରସ୍ତୁତ ହୋଇଗଲା ।

Leave a Reply

error: Content is protected !!