Non-Vegetarian Other Regional Foods

କସ୍ତୁରୀ କବାବ୍

ପ୍ରସ୍ତୁତି – ୫୦୦ ଗ୍ରାମ୍-ହାଡ଼ ବିହୀନ ଚିକେନ୍‌କୁ – ୧୬ ଖଣ୍ଡ କରି କାଟିବେ । ସେଥିରେ ଅଦା ରସୁଣ ବଟା-୧୨୫ ଗ୍ରାମ୍ ଗୋଳାଇ ୨ଟି ଲେମ୍ବୁର ରସ ଚିପୁଡ଼ି ଦେବେ । ଚିଲି ପାଉଡ଼ର୫ ଗ୍ରାମ, ଧନିଆ ପାଉଡ଼ର-୫ ଗ୍ରାମ, ଜିରା ପାଉଡ଼ର-୫ ଗ୍ରାମ, କଳା ଲୁଣ-୩ ଗ୍ରାମ, ଚାଟ ମସଲା-୩ ଗ୍ରାମ୍, ତେଲ-୫୦ ଗ୍ରାମ, ଚିଜ୍-୫୦ ଗ୍ରାମ, କାଜୁ ବଟା – ୨୦୦ ଗ୍ରାମ୍, କ୍ରିମ୍ ୫୦ ଗ୍ରାମ୍, ଧଳା ଗୋଲମରିଚ ୧୦ ଗ୍ରାମ୍ ଓ ଦରକାର ଅନୁସାରେ ଲୁଣ ସେଥିରେ ଗୋଳାଇବେ ।ଏହି ମିଶ୍ରଣରେ ଚିକେନ ଖଣ୍ଡକୁ ଆଣି ଭଲ କରି ମିଶାଇବେ । ତନ୍ଦୁର ସିକରେ ୮ ଖଣ୍ଡ କରି ସେକିବେ । ୧୦ ମିନିଟ ପରେ ତାକୁ ବାହାର କରିବେ ।ଏକ ପାତ୍ରରେ ୪ଟି କଞ୍ଚା ଅଣ୍ଡା, କସ୍ତୁରୀ ମେଥି ୫.୦ ଗ୍ରାମ୍, ଟିପେ କଳା ଲୁଣ ଓ ଅଳ୍ପ ଧନିଆ ପତ୍ର ଦେଇ ଫେଣ୍ଟିବେ । ଏହା ସେକା ହୋଇଥିବା ଚିକେନ୍ ଖଣ୍ଡରେ ଲେପ ଦେବେ । ଲେପ ଦେଇ ପୁଣି ତନ୍ଦୁର ସିକ୍‌ରେ ସେକିବେ । ଏଥର କସ୍ତୁରୀ କବାବ ପ୍ରସ୍ତୁତ ହୋଇଗଲା । ଏହା ଉପରେ ଚାଟ ମସଲା ୫ଗ୍ରାମ, କଟା ପିଆଜ ୫୦ ଗ୍ରାମ, କଟା କ୍ୟାପସିକମ୍ ୨୫ ଗ୍ରାମ ଓ କଟା ଗାଜର ୫୦ ଗ୍ରାମ ରଖି ପରିବେଷଣ କରନ୍ତୁ ।

Leave a Reply

error: Content is protected !!