Non-Vegetarian Other Regional Foods

ହଂକଂ ଫିସ୍

ଉପକରଣ – କଣ୍ଟା ନଥିବା ମାଛ-୪୦୦ ଗ୍ରାମ୍, ରିଫାଇନ୍ ତେଲ-୧୦୦ ଗ୍ରାମ, ପିଆଜ ଓ କ୍ୟାପସିକମ-୧୫୦ ଗ୍ରାମ୍, ଅଣ୍ଡା-୨ଟା, ମଇଦା-୧୦୦ ଗ୍ରାମ୍, ମକା ଗୁଣ୍ଡ-୨୦୦ ଗ୍ରାମ୍, ଅଦା-୧୦ ଗ୍ରାମ୍, ରସୁଣ-୧୦ ଗ୍ରାମ୍, ଚିଲି ସସ୍-୫୦ ଗ୍ରାମ୍, ବିଲାତି ସସ୍-୫୦ ଗ୍ରାମ, ସୋୟାବିନ୍ସସ୍-୫୦ ଗ୍ରାମ୍, ଆବଶ୍ୟକ ପରିମାଣରେ ଚାଇନା ଲୁଣ, ପେପର ସଲଟ, ଲୁଣ ଓ ପାଣି ନେବେ ।

ପ୍ରସ୍ତୁତି – ପ୍ରଥମେ କଣ୍ଟା ନଥିବା ମାଛକୁ ଧୋଇ ସଫା କରି ଚାରି କୋଣିଆ କରି କାଟିଦିଅନ୍ତୁ । ଅଣ୍ଡା, ମଇଦା, ମକା ଗୁଣ୍ଡ, ପେପର ସଲଟ ଓ ଚାଇନା ସଲଟକୁ ମିଶାଇ ଫେଣ୍ଟି ଦିଅନ୍ତୁ । ଏଥିରେ ମାଛକୁ ଭଲ କରି ବୁଢ଼ାଇ ଗରମ ତେଲରେ ଭାଜି ଦିଅନ୍ତୁ ବା ଛାଣିଦିଆନ୍ତୁ । ଛଣା ସରିଲା ପରେ ତାକୁ ଅଲଗା ପାତ୍ରରେ ରଖନ୍ତୁ । ତା’ପରେ ଗରମ ତେଲରେ ଶୁଖିଲା ଲଙ୍କା, ଅଦା, ପିଆଜ, ଚାରିକୋଣିଆ କ୍ୟାପସିକମ୍ ପକାଇ କିଛି ସମୟ ଭଲ କରି ଭାଜନ୍ତୁ । ତା’ପରେ ପୂର୍ବରୁ ପ୍ରସ୍ତୁତ ଥିବା ମାଛ, ସୋୟାବିନ୍, ଚିଲି ସସ୍, ବିଲାତି ସସ୍ ଓ ଅଳ୍ପ ପାଣି ମିଶାଇ ଅଛ ସମୟ ଗରମ କରନ୍ତୁ । ସେଥିରେ ପୁଣି ଚାଇନା ସଲ୍ଟ, ପେପର ସଲ୍ଟ ଓ ଆବଶ୍ୟକ ଅନୁସାରେ ଲୁଣ ବ୍ୟବହାର କରନ୍ତୁ । ବର୍ତ୍ତମାନ ହଂକଂ ଫିସ୍ ପ୍ରସ୍ତୁତ ହୋଇଗଲା । ଏହାକୁ କଟା ପିଆଜ ସହ ପରିବେଷଣ କରନ୍ତୁ ।

Leave a Reply

error: Content is protected !!