Non-Vegetarian Other Regional Foods

ଚିକେନ୍ ଗଜବ ମସଲା

ଉପକରଣ – ଚିକେନ୍-୪୦୦ ଗ୍ରାମ, ଛେଳି ମାଂସ-୬୦ ଗ୍ରାମ୍, ଅଣ୍ଡା-୨ଟା, କଟା ପିଆଜ-୧୦୦ ଗ୍ରାମ, ବିଲାତି ବାଇଗଣ-୧୦୦ ଗ୍ରାମ୍, ଅଦା ଓ ରସୁଣ-୨୦୦ ଗ୍ରାମ୍, ଲଙ୍କା – ୧୦୦ଗ୍ରାମ୍, ରିଫାଇନ୍ ତେଲ-୫୦ଗ୍ରାମ, ଡ଼ାଲଚିନି ଗୁଜୁରାତି ଗୁଣ୍ଡ-୧୦ ଗ୍ରାମ୍, ବଟର -୨୦୦ ଗ୍ରାମ୍, କାଜୁ-୨୦୦ ଗ୍ରାମ୍ ଓ ଆବଶ୍ୟକ ପାରିମାଣରେ ଲୁଣ ଏବଂ ପାଣି ନେବେ ।

ପ୍ରସ୍ତୁତି – ଛେଳି ମାଂସକୁ ଛୋଟ ଛୋଟ କାଟି ଧୋଇ ଛାଣିକି ରଖିବେ । ତା’ସହିତ ଅଣ୍ଡାକୁ ଭା°ଗି ଗୋଳାଇ ଦେବେ । ଗୋଟିଏ ଚିକେନ୍‌କୁ ମଝିରୁ ଚିରି ସଫାକରି ପରିଷ୍କାର ଭାବରେ ଧୋଇ ଛାଣି ରଖିବେ । ଉକ୍ତ ମିଶ୍ରଣକୁ ଚିକେନ୍ ମଧରେ ଦେଇ ତନ୍ଦୁର ଭାଟି କିମ୍ବା ଓଭାନ୍ ଗ୍ରୀଲରେ ୩୦ ମିନିଟ ପର୍ଯ୍ୟନ୍ତ ଗରମ କରି ସେକିବେ । ଗରମ ତେଲ କରେଇରେ ବଟା ପିଆଜ, ବଟା ଅଦା, ବଟା ରସୁଣ, ଲଙ୍କା, ଡ଼ାଲଚିନି ଓଗୁଜୁରାତି ଗୁଣ୍ଡ ପକାଇ କଷିବେ । ଏହା ଟିକିଏ ଲାଲ ରଙଗ ହୋଇଗଲେ ସେଥିରେ କଟା ବିଲାତି ବାଇଗଣ ଓ କାକୁ ଖଣ୍ଡ ପକାଇ ଘାଣ୍ଟିବେ । ୧୦ ମିନିଟ୍ ପରେ ସେଇ ମସଲାରେ ଚିକେନ ଓ ୩୦୦ ଗ୍ରାମ୍ ପାଣି ଦେଇ ଅଳ୍ପ ଆଞ୍ଚରେ ରାନ୍ଧିବେ । ଏହା ପ୍ରସ୍ତୁତ ହୋଇଗଲେ ବଟର ଦେଇ ଓହ୍ଲାଇବେ । ଏଥର ‘ଚିକେନ୍ ଗଜବ କି ମସଲା’ ପ୍ରସ୍ତୁତ ହୋଇଗଲା ।

Leave a Reply

error: Content is protected !!