Vegetarian

କଦଳୀ ଭଣ୍ଡା ଚପ୍

ପ୍ରସ୍ତୁତି –ପ୍ରଥମେ ଗୋଟିଏ କଦଳୀ ଭଣ୍ଡା ନେଇ ତା’ମଧରୁ ଫୁଲ ଗୁଡ଼ିକ ବାଛନ୍ତୁ । ପ୍ରତି ଫୁଲରୁ କେଶର ଓ ପତଳା ଚୋପାକୁ ବାହାର କରି ଦିଅନ୍ତୁ । ତା’ ମଧରୁ ବାକି ଅଂଶକୁ ଅଲଗା ରଖନ୍ତୁ । ଏଥିରେ ହଳଦି ଓ ଲୁଣ ପକାଇ ସିଝାଇ ଦିଅନ୍ତୁ । ଏଗୁଡ଼ିକ ମଧରୁ ପାଣି ବାହାର କରି ଚିପୁଡ଼ି ଦିଅନ୍ତୁ । ଗରମ ତେଲରେ କଟା ପିଆଜକୁ ଭଲ ଭାବରେ ଭାଜି ଦିଅନ୍ତୁ । ତା’ପରେ ସେଥିରେ ଆବଶ୍ୟକ ଅନୁସାରେ କଞ୍ଚାଲଙ୍କା ଗରମ ମସଲା ଗୁଣ୍ଡ, ଲୁଣ, ଧନିଆ ଗୁଣ୍ଡ ଓ ଜିରା ଗୁଣ୍ଡ ପକାଇ ଭଲ କରି ଭାଜି ଦିଅନ୍ତୁ । ଦୁଇଟି ସିଝା ଆଳୁରୁ ଚୋପା ଛଡ଼ାଇ ସିଝାଭଣ୍ଡାରେ ପକାଇ ଚକଟି ଦିଅନ୍ତୁ । ସେହି ମସଲା କଷାରେ ଏଗୁଡ଼ିକ ପକାଇ ଭଲ କରି କଷି ଦିଅନ୍ତୁ । ଏହକୁ ଥଣ୍ଡା କରି ରସଗୋଲା ଭଳି ଗୋଲ ଗୋଲ ତିଆରି କରନ୍ତୁ । ଏହାକୁ ବେସନରେ ବୁଡ଼ାଇ ଗରମ ତେଲରେ ଛାଣି ଦିଅନ୍ତୁ । ଏଥର କଦଳୀ ଭଣ୍ଡା ଚପ୍ ପ୍ରସ୍ତୁତ ହୋଇଗଲା ।

Leave a Reply

error: Content is protected !!