Vegetarian

ଗୋଟା ମୁଗ ଓ କଞ୍ଚା କଦଳୀ

ଉପକରଣ – କଞ୍ଚା କଦଳୀ-୪ଟା, ଗୋଟା ମୁଗଡ଼ାଲି-୨କପ୍, ଶୁଖଲା ଲଙ୍କା -୪ଟି, ମେଥି-୧ ଚାମୁଚ, ସୋରିଷ-୧ ଚାମୁଚ, ତେଲ-୮ ଚାମୁଚ, ପିଆଜ-୨ଟା, ରସୁଣ – ୧୦ କୋଲା, କୋରା ନଡ଼ିଆ-୧ଟା, କଞ୍ଚାଲଙ୍କା-୭ଟା, ଆବଶ୍ୟକ ମୁତାବକ ଲୁଣ ଓ ହଳଦି ଗୁଣ୍ଡ ନେବେ ।

ପ୍ରସ୍ତୁତି – ପ୍ରଥମେ ଗୋଟା ମୁଗରେ ଲୁଣ ଓ ହଳଦି ଦେଇ ସିଝାନ୍ତୁ । ଏହା ସିଝିଗଲା ପରେ କଦଳୀକୁ ଛୋଟ ଛୋଟ କରି କାଟି ଏଥିରେ ପକାନ୍ତୁ । ଏହା । ସିଝିଗଲେ ଓହ୍ଲାଇ ଦିଅନ୍ତୁ । ପିଆଜକୁ ସରୁ ସରୁ ଓ ରସୁଣକୁ ଛେଚି ରଖନ୍ତୁ । ଗରମ ତେଲ ପାତ୍ରରେ ଶୁଖଲା ଲଙ୍କା ଛିଣ୍ଡାଇ ପକାଇ ଭାଜନ୍ତୁ । ଏହା ଭଲ କରି ଭାଜି ହୋଇଗଲେ ସେଥିରେ ମେଥି ଓ ସୋରିଷ ପକାନ୍ତୁ । ଏଗୁଡ଼ିକ ଫୁଟିଗଲେ ସେଥିରେ କଟା ପିଆଜ ପକାଇ ଭାଜନ୍ତୁ । ପିଆଜ ଭାଜି ଲାଲ ହୋଇଗଲେ ସେଥିରେ କୋରା ନଡ଼ିଆ ପକାଇ ଭାଜନ୍ତୁ । ଶେଷରେ ଏଥିରେ ଡ଼ାଲି ସିଝା ଓ ଛେଚା ରସୁଣ ପକାଇ ଭଲ ଭାବେ ଫୁଟାଇ ଦିଅନ୍ତୁ । ଏଥର ଏହାକୁ ଓହ୍ଲାଇ ପରିବେଷଣ କରନ୍ତୁ ।

Leave a Reply

error: Content is protected !!