Vegetarian

ମସଲା ପନିର

ଉପକରଣ-୫୦୦ ଗ୍ରାମ-ଷ୍ଟିମ ପନିର, ୧୦୦ ଗ୍ରାମ୍-କ୍ୟାପ୍ସିକମ, ବିଲାତି ବାଇଗଣ-୧ଟା, ଧନିଆପତ୍ର-୧ ବିଡ଼ା, ଧନିଆ ପାଉଡ଼ର-୧ ଚାମୁଚ, ଅଦା-ଅଳ୍ପ , ମେଥି-ଅଧ ଚାମୁଚ, ଗରମ ମସଲା-୧ ଚାମୁଚ, ଆବଶ୍ୟକ ଅନୁସାରେ ଲୁଣ, ସୋରିଷ ତେଲ, ଓ ଲଙ୍କା ଗୁଣ୍ଡ ଦେବେ ।

ପ୍ରସ୍ତୁତି- ପ୍ରଥମେ ପନିରକୁ ଚାରିକୋଣିଆ ବା ଛୋଟ ଛୋଟ ପିସ୍ କରି କାଟି ଦିଅନ୍ତୁ । କ୍ୟାପ୍ସିକମ, ବିଲାତି ବାଇଗଣ ଓ ଧନିଆପତ୍ରକୁ ଛୋଟ ଛୋଟ କରି କାଟି ରଖନ୍ତୁ । ଗରମ ତେଲ କରେଇରେ ମେଥି ପକାଇ ଭାଜନ୍ତୁ । ମେଥି ଫୁଟିଲେ ସେଥିରେ କଟା ଅଦା, ଧନିଆ ପାଉଡ଼ର ଓ ଲଙ୍କା ଗୁଣ୍ଡ ପକାଇ କିଛି ସମୟ ଭାଜନ୍ତୁ । ଏହାପରେ କଟା ପନିର ଓ କଟା ବିଲାତି ବାଇଗଣ ପକାଇ ଧୀର ଆଞ୍ଚରେ କଷନ୍ତୁ । ଏହା ଭଲ କରି କଷି ହୋଇଗଲେ ଗରମ ମସଲା ଗୁଣ୍ଡ ଓ ଲୁଣ ମିଶାଇ ଆବଶ୍ୟକ ପାଣି ଦିଅନ୍ତୁ । ଏହା ଭଲକରି ଫୁଟିଗଲେ କଟା ଧନିଆପତ୍ର ପକାଇ ଓହ୍ଲାଇ ଦିଅନ୍ତୁ । . ଏଥର ମସଲା ପନିର ପ୍ରସ୍ତୁତ ହୋଇଗଲା ।

Leave a Reply

error: Content is protected !!