Vegetarian

ପରିବା ଖେଚୁଡ଼ି

ଉପକରଣ – ସରୁ ଅରୁଆ ଚାଉଳ-୪କପ୍, ଗାଜର-୨ଟା, ବିନ୍-୨ଟା, ଫୁଲ କୋବି ପାଖୁଡ଼ା-୪ଟା, ଆଳୁ-୨ଟା, ପିଆଜ-୨ଟା, ଚିନି-୪ଚାମୁଚ, ବିଲାତି-୨ଟା, ମଟର ଛୁଇଁ ମଞ୍ଜି -୧ କପ, ଜାଇତ୍ରୀ ଅଳ୍ପ, ଡ଼ାଲିଚିନି-୨ ଖଣ୍ଡ, ଜାଇଫଳ-ଗୋଟେ, ଦରକାର ଅନୁସାରେ କାଜୁ, ଖିସ୍ମିସ୍, ଲୁଣ ଓ ତେଲ ନେବେ ।

ପ୍ରସ୍ତୁତି – ପ୍ରଥମେ ଗାଜର, ବିନ୍ ଓ ଫୁଲକୋବିକୁ ଧୋଇ ଛୋଟ ଛୋଟ କାଟିଦେବେ । ଗରମ ତେଲରେ ଏଗୁଡ଼ିକ ଅଲଗା ଅଲଗା ଛାଣି ରଖିବେ । ମଟର ଛୁଇଁ ମଞ୍ଜିକୁ ମଧ୍ୟ ଛାଣି ରଖିବେ । ଯେପରି ପରିବା ଗୁଡ଼ିକ ସିଝିଯିବ ସେହିପରି ଛାଣି ରଖିବେ । ଆଳୁର ଚୋପା ଛଡ଼ାଇ ଲମ୍ବା ଲମ୍ବା କରି ଛାଣି ରଖିବେ । ପିଆଜକୁ ସରୁ ସରୁ ଲମ୍ବା ଲମ୍ବା କରି ଭାଜି ରଖିବେ । ଗୋଟିଏ ପାତ୍ରରେ ୮ କପ୍ ପାଣି ଦେଇ ଚୁଲିରେ ବସାଇବେ । ପାଣି ଫୁଟିଗଲେ। ସେଥିରେ ଚାଉଳକୁ ଧୋଇ ପକାଇବେ । ଭାତ ଗୋଟି ଗୋଟି ହୋଇ ଆସିଲା ବେଳକୁ ସେଥିରେ ଚିନି ଓ ଲୁଣ ପକାଇ ଗୋଳାଇବେ । ଛଣା ହୋଇଥିବା ପରିବାକୁ ସେଥିରେ ପକାଇ ଘାଣ୍ଟିଦେବେ । ଖେଚେଡ଼ି ପ୍ରସ୍ତୁତ ହୋଇଗଲେ ଏହାକୁ ଓହ୍ଲାଇ ସେଥିରେ ଖିସ୍ମିସ୍ ଓ କାଜୁ ଛାଣି ତା’ଉପରେ ପକାଇବେ । ଏହା ଉପରେ ଅଳ୍ପ କିଛି ଜାଇତ୍ରୀ ଗୁଣ୍ଡ, ଜାଇଫଳ ଗୁଣ୍ଡ ଓ ଡ଼ାଲିଚିନି ଗୁଣ୍ଡ ପକାଇବେ । ବିଲାତି ବାଇଗଣକୁ ମଧ୍ୟ ସରୁ ସରୁ ଲମ୍ବା ଲମ୍ବା କାଟି ଏହା ଉପରେ ପକାଇବେ । ଏଥର ପରିବା ଖେଚୁଡ଼ି ପ୍ରସ୍ତୁତ ହୋଇଗଲା ।

Leave a Reply

error: Content is protected !!