ଶାହୀ ପନିର
Other Regional Foods

ଶାହୀ ପନିର

ଉପକରଣ- ପନିର-୩୦୦ ଗ୍ରାମ୍, ଦେଶୀ ଘିଅ-୮ ଚାମୁଚ, ଦୁଧ-୧୦୦ଗ୍ରାମ, ଦହି-୫୦ ଗ୍ରାମ, ବିଲାତି ବାଇଗଣ-୭ଟା, ପିଆଜ (ବଡ଼)-୨ଟା, ବିଲାତି ବାଇଗଣ ସସ୍-୨ ଚାମୁଚ, ବଡ଼ ଅଳେଇଚ -୨ଟି ଦରକାର ଅନୁସାରେ ଅଦା, ଲଙ୍କାଗୁଣ୍ଡ, ଲୁଣ, ଗରମ ମସଲା ଗୁଣ୍ଡ ଓ ପାଣି ନେବେ ।

ପ୍ରସ୍ତୁତି-ପ୍ରଥମେ ଘିଅକୁ ଗରମ କରିବେ । ଏଥିରେ କଟା ପିଆଜ, ଅଦା, ଲଙ୍କା ଓ ଅଳେଇଚ ପକାଇ ଅଳ୍ପ ଭାଜି ଦେବେ । ତା’ପରେ କଟା ବିଲାତି ବାଇଗଣକୁ ଏଥିରେ ପକାଇ ଅଳ୍ପ ଆଞ୍ଚରେ ୧୦ ମିନିଟ୍ ପର୍ଯ୍ୟନ୍ତ ଭାଜିବେ । ପରେ ପରେ ଏଥିରେ ଦହି ପକାଇ ପୁଣି ୫ ମିନିଟ ଭାଜିବେ । ବର୍ତ୍ତମାନ ଏହାକୁ ଚୁଲ୍ଲୀରୁ ଓହ୍ଲାଇ ଦେବେ ।

ମସଲାକୁ ଅଳ୍ପ ପାଣି ଦେଇ ବାଟି ଦିଅନ୍ତୁ । ଗରମ ଘିଅ କରାଇରେ ଏହି ମସଲାକୁ ପକାଇ ସେଥିରେ ଲୁଣ, ଲଙ୍କାଗୁଣ୍ଡ, ଓ ଗରମ ମସଲା ଗୁଣ୍ଡ ପକାଇ ଛୁଙ୍କ ଦିଅନ୍ତୁ । ତା’ପରେ ପୂର୍ବରୁ ପ୍ରସ୍ତୁତ ମିଶ୍ରଣକୁ ଏଥିରେ ପକାଇ ଆବଶ୍ୟକ ପରିମାଣରେ ପାଣି ଦେଇ ଦିଅନ୍ତୁ । ଏହା ଫୁଟିଗଲା ପରେ ପନିର ଖଣ୍ଡକୁ ପକାଇ ସେଥିରେ ଦୁଧ ମିଶାନ୍ତୁ । ଏହା ଫୁଟିଗଲା ପରେ ତଳକୁ ଓହ୍ଲାଇ ଦିଅନ୍ତୁ । ଏଥର ଶାହୀ ପନିର ପ୍ରସ୍ତୁତ ହୋଇଗଲା ।

Leave a Reply

error: Content is protected !!