Vegetarian

ଭେଣ୍ଡି ପୋସ୍ତ

ଉପକରଣ-ଭେଣ୍ଡି-୧୦ଟା, ପୋସ୍ତ-୪ଚାମୁଚ, ରସୁଣ-୮କୋଲା, କଞ୍ଚାଲଙ୍କା୩ଟା, ପିଆଜ-୧ଟା, ଧନିଆପତ୍ର ଅଚ୍ଛ, ଫୁଟଣ-୧ ଚାମୁଚ, ଦରକାର ଅନୁସାରେ ତେଲ ଓ ଲୁଣ ନେବେ । ।

ପ୍ରସ୍ତୁତି-ପ୍ରଥମେ ଭେଣ୍ଡିକୁ ଭଲ ଭାବରେ ଧୋଇ ଦେବେ । ଏହାକୁ ଖଣ୍ଡ ଖଣ୍ଡ କରି କାଟି ଦିଅନ୍ତୁ । ପୋସ୍ତ, ରସୁଣ ଓ କଞ୍ଚାଲଙ୍କାକୁ ଚିକ୍କଣ କରି ବାଟି ଦିଅନ୍ତୁ । ଗରମ ତେଲ କରାଇରେ ଭେଣ୍ଡି ସହିତ ଅଳ୍ପ, ଲୁଣ ପକାଇ ଭାଜି ଅଲଗା ରଖନ୍ତୁ । ଗରମ ତେଲରେ ଫୁଟଣ ଫୁଟାଇ ସେଥିରେ କଟା ପିଆଜକୁ ଭାଜନ୍ତୁ । ପିଆଜ ଭଲ କରି ଭାଜି ହୋଇ ଲାଲ ହୋଇଗଲେ । ଆବଶ୍ୟକ ଅନୁସାରେ ପାଣି ଦେଇ ବଟା ମସଲାକୁ ସେଥିରେ ପକାଇ ଦିଅନ୍ତୁ । ପାଣି ଫୁଟିଲା ପର୍ଯ୍ୟନ୍ତ ମସଲାକୁ ଖଡ଼କି ଚାଲନ୍ତୁ । ମସଲାରୁ ବାସ୍ନା ଆସିଲେ । ସେଥିରେ ଭେଣ୍ଡି ପକାଇ ଗୋଳେଇ ଦିଅନ୍ତୁ । ଭେଣ୍ଠି ସିଝିଗଲେ ତରକାରୀ ଉପରେ କଟା ଧନିଆପତ୍ର ପକେଇ ଦିଅନ୍ତୁ । ବର୍ତ୍ତମାନ ଭେଣ୍ଡି ପୋସ୍ତ ପ୍ରସ୍ତୁତ ହୋଇଗଲା ।

error: Content is protected !!