Showing 260 Result(s)
ମଞ୍ଜା ରାଇ
Vegetarian

ମଞ୍ଜା ରାଇ

ଉପକରଣ– ଚାଖଣ୍ଡେ ଲମ୍ବର ସଜ ମୂଳ ମଞ୍ଜା ଖଣ୍ଡ– ୧ଟା ଆଳୁ– ଛୋଟ କଖାରୁ ଖଣ୍ଡ– ୧୦/୧୨ ଟା ବଡ଼ି– ୩ଟି ପୁଆ ସାରୁ ପ୍ରଣାଳୀ – ଆଳୁ ସାରୁ କଖାରୁକୁ କାଟି ଧୋଇ ରଖ । ମଞ୍ଜାରୁ ଉପର ଚୋପା ଛଡ଼ାଇ ଚକା ଚକା କରି ପତଳା ପତଳା କରି ଗୋଲ ଗୋଲ କରି କାଟିଲା ବେଳେ ଆଙ୍ଗୁଳିରେ ମଞ୍ଜାର ତନ୍ତୁ ସୂତା ଆଙ୍ଗୁଠିରେ ଗୁଡ଼ାଇ ବାହାର କରିଦିଅ ଓ ମଞ୍ଜାକୁ ସରୁ ସରୁ କରି …

ଶୁନଶୁନିଆ ସାଗ
Vegetarian

ଶୁନଶୁନିଆ ସାଗ

ଉପକରଣ – ୫୦ ଗ୍ରାମ ବଛା ଶୁନଶୁନିଆ ସାଗ– ପଞ୍ଚ ପୁଟଣ– ୨ଟି ଚୋଟ ପିଆଜ କଟା – ୫ ପାଖୁଡା ରସୁଣ– ୨ ଟି କଞ୍ଚା ଲଙ୍କା– ୧/୨ ଗାଲ ହରଡ ଡାଲି ସିଜା ପାଣି– ୨ ଚାମୁଚ ଶୋରିଷ ତେଲ ଗରମ କଢେଇ ରେ ଶୋରିଷ ତେଲ ପକାନ୍ତୁ । ତେଲରେ ପଞ୍ଚ ପୁଟଣ ଫୁଟାନ୍ତୁ । ତାସହ ରସୁଣ, ପିଆଜ କଟା, କଞ୍ଚା ଲଙ୍କା ପକାଇ କିଛି ସମୟ ଭାଜନ୍ତୁ । ଅଲ୍ପ …

କାକରା ପିଠା
Food For Fasting Pure Vegetarian

କାକରା ପିଠା

ଉପକରଣ : ଅରୁଆ ଚାଉଳ ୪୦୦ ଗ୍ରାମ୍, ଗହମ ୨୦୦ ଗ୍ରାମ୍, ଗୁଡ଼ ୨୦୦ ଗ୍ରାମ୍, ଗୁଆଘିଅ ୪୦୦ ଗ୍ରାମ୍ ଓ ଆବଶ୍ୟକ ଅନୁସାରେ ପାଣି ନେବେ । ପ୍ରସ୍ତୁତି : ଅରୁଆ ଚାଉଳ ଓ ଗହମକୁ ପରିଷ୍କାର ଭାବେ ସଫା କରି ଚୁନା କରିଦେବେ । ଏହାକୁ ଗୋଳାଇ ରଖିବେ । ଗରମ ପାତ୍ରରେ ଗୁଡ଼ିକୁ ପକାଇ ପାଣି ଶୁଖୁଲା ପର୍ଯ୍ୟନ୍ତ ଘାଣ୍ଟନ୍ତୁ । ଗୁଡ଼ ଅଠାଳିଆ ହୋଇ ପାଣି ଶୁଖୁଗଲେ ଏହି ଚାଉଳ ଓ …

ଦହିବରା
Pure Vegetarian

ଦହିବରା

ଉପକରଣ – ଚୋପା ଛଡ଼ା ବିରି – ୧ କିଲୋ, ଚାଉଳ ଚୁନା – ୨୫୦ ଗ୍ରାମ, ତାଜା ଦହି – ୧ କିଲୋ, ଫୁଟଣ – ୨ ଚାମୁଚ, ଭୃସଙ୍ଗୀପତ୍ର – ୨କେରା, ଲଙ୍କା ମରିଚ ଗୁଣ୍ଡ – ୨ ଚାମୁଚ, ଆମ୍ବ କଷିଆ ଅଦା –ଛୋଟ ଖଣ୍ଡେ, ଆବଶ୍ୟକ ଅନୁସାରେ ଛାଣିବା ପାଇଁ ରିଫାଇନ ତେଲ ଓ ଲୁଣ ନିଅନ୍ତୁ । ପ୍ରସ୍ତୁତି – ଆଗରୁ ବିରିକୁ ବତୁରାଇ ତାହାକୁ ବାଟି ଦିଅନ୍ତୁ । …

ମୁଢ଼ି ଘାଣ୍ଟ
Non- Vegetarian

ମୁଢ଼ି ଘାଣ୍ଟ

ପ୍ରସ୍ତୁତି – ପ୍ରଥମେ ମାଛକୁ କାଟି ଧୋଇ ସେଥିରୁ ଲୁଣ ଓ ହଳଦି ଗୋଳେଇ ଭାଜି ଦିଅନ୍ତୁ । ବୁଟ ଡ଼ାଲିକୁ ଆଗରୁ ବତୁରାଇ ପ୍ରେସର କୁକରରେ ସିଝାଇ ରଖନ୍ତୁ । ଦରକାର ଅନୁସାରେ ମସଲା ବାଟି ରଖନ୍ତୁ । ଗରମ ତେଲ କରେଇରେ ମସଲା କଷି ଲାଲ କରି ଦିଅନ୍ତୁ । ଆବଶ୍ୟକ ଅନୁସାରେ ପାଣି ଦେଇ ଘୋଡ଼ାଇ ଦିଅନ୍ତୁ । ଏହା ଫୁଟି ତରକାରୀ ପ୍ରସ୍ତୁତ ହୋଇଗଲେ ଓହ୍ଲାଇ ଦେବେ । ବର୍ତ୍ତମାନ ମୁଢ଼ି …

Non- Vegetarian

ମସଲା ମାଛ ଭଜା

ଉପକରଣ – ବଡ଼ ମାଛ – ୧୦ ପିସ୍, କର୍ଣ୍ଣଫୋର-୪ଚାମୁଚ, ମଇଦା-୨ ଚାମୁଚ, ଅଦା ପୋଷ୍ଟ-୪ଚାମୁଚ, ଭିନେଗାର-୨ ଚାମୁଚ, ରସୁଣ ପୋଷ୍ଟ-୪ଚାମୁଚ, ଜିରା ପାଉଡ଼ର – ୨ ଚାମୁଚ, ଧନିଆ ପାଉଡ଼ର-୨ ଚାମୁଚ, କଟା କଞ୍ଚା ଲଙ୍କା-୩ଚାମୁଚ, ସୋୟାସସ୍-୪ଚାମୁଚ, ହଳଦି-୪ଚାମୁଚ, ଧନିଆ ପତ୍ର-୨ବିଡ଼ା, ଦରକାର ଅନୁସାରେ ଲୁଣ ଓ ତେଲ ନେବେ । ପ୍ରସ୍ତୁତି – ପ୍ରଥମେ ମାଛକୁ ଧୋଇ ତାର କାତି ବାହାର କରି ଦେବେ । ତା’ପରେ ମାଛରେ ହଳଦି, ଲୁଣ, ଅଦା, କଞ୍ଚାଲଙ୍କା, …

ମାଛର ହଳଦି ପାଣି
Non- Vegetarian

ମାଛର ହଳଦି ପାଣି

ପ୍ରସ୍ତୁତି – ପ୍ରଥମେ ମଧୁର ମୀନ ମାଛକୁ ( କେରାଣ୍ଡି ଓ ଜରାଳି ) ଭାଜି ଦେବେ । ଗରମ ତେଲରେ ଗୋଟା କଞ୍ଚାଲଙ୍କା ( ଫାଳ ହୋଇଥିବା), ଫୁଟଣ, କଟା ପିଆଜ ଓ କଟା ବିଲାତି ବାଇଗଣ ପକେଇ ଭାଜି ଦେବେ । ଏଥିରେ ଆବଶ୍ୟକତା ଅନୁସାରେ ଲୁଣ ଓ ହଳଦୀ ଗୁଣ୍ଡ ପକେଇବେ । ଦରକାର ଅନୁସାରେ ଖଟା ତୋରାଣି / ପାଣି ଦେବେ । ଏହା ଭଲ କରି ଫୁଟିଗଲା ପରେ ସେଥିରେ …

Non- Vegetarian

ମାଛ ଫ୍ରାଏ

ଉପକରଣ – କଟା ବଡ଼ ମାଛ -୧ କିଲୋ, ତେଲ-୬୦ ଗ୍ରାମ୍, ବିଲାତି ବାଇଗଣ ବଡ଼ – ୪ଟା, ସୋରିଷ-୧୦୦ ଗ୍ରାମ, ପୋସ୍ତ-୧୦୦ ଗ୍ରାମ, ଧନିଆ ପତ୍ର ବଟା-୧ କପ, ଆବଶ୍ୟକ ଅନୁସାରେ ଲୁଣ, ହଳଦି ଗୁଣ୍ଡ ଓ କଞ୍ଚା ଲଙ୍କା ନେବେ । ପ୍ରସ୍ତୁତି – ପ୍ରଥମେ ମାଛକୁ ଭଲ କରି ଧୋଇ ସେଥିରେ ଲୁଣ ଓ ହଳଦୀ ଗୁଣ୍ଡ ପକେଇ ଭାଜି ରଖନ୍ତୁ । ଗରମ ତେଲରେ କଟା ପିଆଜ ପକାଇ ଲାଲ ହେବା …

Non- Vegetarian

ମାଛ ଛିଞ୍ଚଡ଼ା

ଉପକରଣ – ଆବଶ୍ୟକ ଅନୁସାରେ ମାଛ, ଆଳୁ, ବାଇଗଣ, କଖାରୁ, ପୋଇ, ଅଦା, ରସୁଣ, ଜିରା, ଧନିଆ, ଲଙ୍କା, ହଳଦି, ତେଲ ଓ ଲୁଣ ନେବେ । ପ୍ରସ୍ତୁତି – ପ୍ରଥମେ ପରିବାକୁ ସବୁ ଧୋଇ ଲମ୍ବା ଲମ୍ବା କଟା ହେବ । ମାଛକୁ ଲୁଣ ଓ ହଳଦି ମିଶାଇ ଭଲ କରି ଭାଜି ଖଣ୍ଡ ଖଣ୍ଡ କରାହୋଇ ଅଲଗା ରଖିବେ । ପିଆଜ, ଅଦା, ରସୁଣ, ଜିରା, ଧନିଆ ଓ ଲଙ୍କାକୁ ଭଲ କରି ବାଟି …

Non- Vegetarian

ମାଛ ବେସର

ଉପକରଣ-କଣ୍ଟା ନଥିବା କଟା ମାଛ-୫୦୦ ଗ୍ରାମ୍, ଗୋଟା ବୁଟ ୫୦ ଗ୍ରାମ, ଗୋଟେଲେମ୍ବୁ, ପିଆଜ-୪ଟା, ଆଲୁ- ୩୦୦ ଗ୍ରାମ, କଞ୍ଚା ଲଙ୍କା-୮ଟି, ଅଦା-୨ ଇଞ୍ଚର ଖଣ୍ଡେ, ରସୁଣ୧୦ କୋଲା, ବଟା ସୋରିଷ-୫୦ ଗ୍ରାମ୍, ଆବଶ୍ୟକ ଅନୁସାରେ ବଢ଼ି, ଲୁଣ ଓ ହଳଦୀ ନେବେ। ପ୍ରସ୍ତୁତ – ପ୍ରଥମେ ମାଛରେ ଲୁଣ ଓ ହଳଦୀ ମଶାଇ ଗରମ ତେଲରେ ଭାଜ ରଖବ । ଆଳୁ ଓ କଞ୍ଚା କଦଳୀକୁ ଛୋଟ ଛୋଟ କରି କାଟି ଲୁଣ ଓ ହଳଦି …

error: Content is protected !!