ଶିମ୍ବ ରାଇ
Vegetarian

ଶିମ୍ବ ରାଇ

ଉପକରଣ
– ଶିମ୍ବ-୨୫୦ ଗ୍ରାମ୍,
ସୋରିଷ-ଆଧ ଟେବୁଲ ଚାମୁଚ,
ରସୁଣ-୨କୋଲା,
ବଡ଼ି-୪ଟା,
ସୋରିଷ ତେଲ-୧ ଗୋଟବୁଲ ଚାମୁଚ,
କଞ୍ଚାଲଙ୍କା-୧ଟା, ଆବଶ୍ୟକ ଅନୁସାରେ ଲୁଣ ଓ ହଳଦି ନେବେ ।

ପ୍ରସ୍ତୁତି
ପ୍ରଥମେ ଶିମ୍ବକୁ ଧୋଇ ଛୋଟ ଛୋଟ କରି କାଟି ରଖିବେ । ରସୁଣ, ସୋରିଷ ଓ କଞ୍ଚାଲଙ୍କାକୁ ବାଟି ରଖିବେ । ଗରମ ତେଲରେ ଶିମ୍ବା ପକାଇ ଭାଜିବେ । ସେଥିରେ ଲୁଣ ଓ ହଳଦି ପକେଇ କମ ଆଞ୍ଚରେ ବସାଇବେ । ଶିମ୍ବା ସିଝିଗଲେ ସେଥିରେ ବଟା ସୋରିଷ, ରସୁଣ ଓ କଞ୍ଚାଲଙ୍କା ପକାଇ ଭଲକରି ଖଡ଼କି ଦେବେ । ଶିମ୍ବା ରାଇ ତିଆରି ହୋଇଗଲେ । ଏଥିରେ ଭଜା ବଡ଼ି ଚୁରା ପକେଇ ଓହ୍ଲାଇ ଦେବେ । ବର୍ତ୍ତମାନ ଶିମ୍ବାରାଇ ପ୍ରସ୍ତୁତ ହୋଇଗଲା ।

Leave a Reply

error: Content is protected !!