ଶୋଲା ନଡିଆ ପାଗ, ବରଷା ପାଗକୁ ଖୁବ ବଢିଆ । ମୁଁ କହେ ସବୁ ସମୟରେ ଏଇ ପାଗ ଖୁବ ବଢିଆ । ବରଷକ ଛଅ ୠତୁ କାହିଁ କିନ୍ତୁ ଅନୁଭବ ହୁଏ କେବଳ ଚାରି ୠତୁ । ଶୋଲାକୁ ଓଡିଶାରେ ବିଭିନ୍ନ ପ୍ରାନ୍ତରେ ଚଣା ଓ ମୁନିଆ ବୁଟ ରୁପେ ଜଣାଯାଏ । ସିଝା ଶୋଲା ପିତ୍ତ ତଥା କଫ ସମସ୍ଯା ଦୂର କରିଥାଏ କିନ୍ତୁ ଗଜା ଶୋଲା କୋମଳ, ଭୋକ ବଢାଇବା, ବୀର୍ଯବର୍ଦ୍ଧକ, ଶକ୍ତି ବର୍ଦ୍ଧକ ଏବଂ ରକ୍ତ ସଫା କରିଥାଏ। ଏହି ଶୋଲାରେ ପ୍ରଚୁର ମାତ୍ରାରେ ପ୍ରୋଟିନ ରହିଥାଏ ।
କିଛି ଶୋଲା ସିଜା, ଫାଳ ଫାଳ ନଡିଆ, ସରୁସରୁ କଟା ପିଆଜ,ଶୋରିଷ ତେଲ, କମଳା ଲେମ୍ବ, ତେନ୍ତୁଳି ପାଣି ଏବଂ କିଛି ବାରମଜା, ଗିଲାସରେ ଭଲକି ଗୋଳାଇ ଖଲି ପତ୍ରରେ ଢାଳି ଘରେ ପ୍ରସ୍ତୁତ କର ।
You must be logged in to post a comment.