Vegetarian

ବନ୍ଧା କୋବି ତରକାରୀ

ଉପକରଣ
ଆବଶ୍ୟକ ଅନୁସାରେ ବନ୍ଧାକୋବି, ଆଳୁ, ବିଲାତି, ବାଇଗଣ, ଲୁଣ, ହଳଦି, କଞ୍ଚାଲଙ୍କା, ଅଳ୍ପଘିଅ, ପଞ୍ଚୁ ଫୁଟଣ, ଅଳ୍ପ ଚିନି, ହେଙ୍ଗୁ ଓ ରିଫାଇନ୍ ତେଲ ନେବେ

ପ୍ରସ୍ତୁତି. – ପ୍ରଥମେ ବନ୍ଧାକୋବିକୁ କାଟି ଛୋଟ ଛୋଟ କରି ଗରମ ପାଣିରେ ପକାଇ ପାଣି ଛାଣି ରଖନ୍ତୁ । ଆଳୁକୁ ଧୋଇକି ଛୋଟ ଛୋଟ କାଟି ତେଲରେ ଭାଜି ରଖନ୍ତୁ । ଗରମ ତେଲରେ ହେଙ୍ଗୁ , କଞ୍ଚାଲଙ୍କା ଓ ଫୁଟଣ ଫୁଟାନ୍ତୁ । ଫୁଟଣ ଫୁଟିଗଲା ପରେ ପାଣି ନିଗଡ଼ା କଟା ବନ୍ଧାକୋବିକୁ ଏଥିରେ ପକେଇ ଦିଅନ୍ତୁ । ପୂର୍ବରୁ ବିଲାତି ବାଇଗଣକୁ କାଟି ତେଲରେ ଭାଜି ରଖୁଥିବେ । ବର୍ତ୍ତମାନ କରେଇରେ ଲୁଣ, ହଳଦି, ଚିନି, ଭଜା ଆଳୁ ଓ ବିଲାତି ବାଇଗଣ ଭଜାକୁ ପକେଇ ଭଲ ଭାବରେ ଗୋଳାଇ ଦିଅନ୍ତୁ । ଆବଶ୍ୟକ ଅନୁସାରେ ପାଣି ଦେଇ ଦିଅନ୍ତୁ । ଏଥିରେ ଘୋଡ଼ଣୀ ଘୋଡ଼େଇ ଦିଅନ୍ତୁ । କିଛି ସମୟପରେ ଘୋଡ଼ଣୀ କାଢ଼ି ଏହାକୁ ଭଲ କରି ଭାଜି ଦିଅନ୍ତୁ । ଏହା ପ୍ରସ୍ତୁତ ହୋଇଗଲେ । ଏଥିରେ ଅଳ୍ପ ଘିଅ ପକାଇ ଓହ୍ଲାଇ ଦିଅନ୍ତୁ । ଏଥର ବନ୍ଧାକୋବି ତରକାରୀ ପ୍ରସ୍ତୁତ ହୋଇଗଲା । (ଏଥିରେ ମଟର ଛୁଇଁ ମଞ୍ଜିକୁ ମଧ୍ୟ ଛାଣି ପକାଇ ପାରିବେ) ।

error: Content is protected !!