Showing 93 Result(s)
Vegetarian

ମସଲାଯୁକ୍ତ ଛଚିନ୍ଦ୍ରା ଭଜା

ଉପକରଣ – ଛଚିନ୍ଦ୍ରା-୮ଟା, ଆଲୁ-୪ଟି, ସୋରିଷ ତେଲ-୬ଚାମୁଚ, ରସୁଣ – ୧୪କୋଲା, କଞ୍ଚାଲଙ୍କା-୫୦ଗ୍ରାମ୍, ଆବଶ୍ୟକ ପରିମାଣରେ ଲୁଣ, ହଳଦି ଓ ତେଲ ନେବେ ପ୍ରସ୍ତୁତି – ପ୍ରଥମେ ଛଚିନ୍ଦ୍ରା ଧୋଇ ସେଥିରୁ ଚୋପା ବାହାର କରିଦିଅନ୍ତୁ । ଏହାକୁ ଗୋଲ ଗୋଲ ଛେଟ ଛୋଟ ଖଣ୍ଡରେ କାଟି ରଖନ୍ତୁ । ଏହାକୁ ଲୁଣ ଓ ହଳଦୀ ପାଣିରେ ସିଝାଇ ରଖନ୍ତୁ । ସିଝିଗଲା ପରେ ଥଣ୍ଡା କରି ରଖନ୍ତୁ । ପୁର ପାଇଁ ଆଳୁ ଦୁଇଟି ସିଝାଇ …

Vegetarian

ମସଲା ଦିଆ ବାଇଗଣ ଭଜା

ଉପକରଣ – ଭଲ ବାଇଗଣ-ଅଧ କିଲୋ, ବେସନ-୧୦୦ଗ୍ରାମ, ଜୁଆଣୀ୨୦ ଗ୍ରାମ୍, ଜିରା-୧୦ ଗ୍ରାମ୍, ଦହି-୧୦୦ଗ୍ରାମ୍, ହଳଦି-୧୦ ଗ୍ରାମ, ଲଙ୍କାଗୁଣ୍ଡ-୧ ଚାମୁଚ, କର୍ଣ୍ଣଫ୍ଲୋର-୨୦ ଗ୍ରାମ, ଆବଶ୍ୟକ ଅନୁସାରେ ଲୁଣ ଓ ତେଲ ନେବେ । ପ୍ରସ୍ତୁତି – ପ୍ରଥମେ ବାଇଗଣକୁ ଧୋଇ ପରିଷ୍କାର ଭାବେ ପୋଛି ଦିଅନ୍ତୁ । ବର୍ତ୍ତମାନ ବାଇଗଣକୁ ଗୋଲ ଗୋଲ ଓ ସରୁ ସରୁ କରି କାଟି ଦିଅନ୍ତୁ । ତାପରେ ବେସନ, ଦହି, ହଳଦି, ଲଙ୍କାଗୁଣ୍ଡ, ଜୁଆଣୀ, ଜିରା, ଲୁଣ, ଓ କର୍ଣ୍ଣଫ୍ଲୋରକୁ …

Vegetarian

ମହୁର

ଉପକରଣ – ଆଲୁ- ୪ଟି, ଦେଶୀ ଆଲୁ- ୧୦ ୦ ଗ୍ରାମ, ବାଇଗଣ-୨ଟି, କଞ୍ଚା କଦଳୀ -୩ଟି, ବଡ଼ି-୭ଟି, ତେଜପତ୍ର-୩ଟି, ଶୁଖିଲା ଲଙ୍କା-୭ଟି, ଜିରା-୧ ଚାମୁଚ, ଗରମ ମସଲା-୧ ଚାମୁଚ, ତେଲ-୫ଚାମୁଚ (ବଡ଼), ଫୁଟଣ-୨ ଚାମୁଚ, ଦରକାର ଅନୁସାରେ ଲୁଣ ଓ ହଳଦି ନେବେ । ପ୍ରସ୍ତୁତି-ପ୍ରଥମେ ଆଳୁ, ଦେଶୀଆଳୁ, ବାଇଗଣ ଓ କଞ୍ଚା କଦଳୀକୁ ଭଲ କରି ଧୋଇ ଛୋଟ ଛୋଟ କାଟି ଦିଅନ୍ତୁ । ଲଙ୍କା ଓ ଜିରାକୁ ଭାଜି ଗୁଣ୍ଡ କରି ଦିଅନ୍ତୁ …

Vegetarian

ଲେଉଟିଆ ଶାଗ

ଉପକରଣ- ଲେଉଟିଆ ଶାଗ-୨ବିଡ଼ା, ବଡ଼ି-୫୦ଗ୍ରାମ୍, ଫୁଟଣ-୧ ଛୋଟ ଚାମୁଚ, ଶୁଖିଲା ଲଙ୍କା-୨ଟା, ତେଲ-୨ ଚାମୁଚ, ନଡ଼ିଆ କୋରା-ଅଧ କପ, ବାଇଗଣ-୧ଟା ଓ ଆବଶ୍ୟକ ଅନୁସାରେ ଲୁଣ ନେବେ । ପ୍ରସ୍ତୁତି-ପ୍ରଥମେ ଶାଗକୁ ବାଛି ଭଲ ଭାବରେ ଧୋଇ ପାଣି ଛାଣି ଛୋଟ ଛୋଟ କାଟି ଦେବେ । ବଡ଼ିକୁ ଭାଜି ରଖିବେ । ଗରମ ତେଲ କରେଇରେ ଫୁଟଣ ଓ ଲଙ୍କା ପକାଇ ଫୁଟାନ୍ତୁ । ଫୁଟଣ ଫୁଟିଗଲେ। ସେଥିରେ ବାଇଗଣକୁ ଛୋଟ ଛୋଟ କାଟି ଶାଗ …

Vegetarian

ଲାଉ, ମସୁର

ଉପକରଣ- ମସୁର ଡାଲି-୨ କପ, କଟା ଲାଉ-୪ କପ, ଜିରା-ଅଧ ଚାମୁଚ, ଲଙ୍କାଗୁଣ୍ଡ-ଅଧ ଚାମୁଚ, ବେସନ -୧ ଚାମୁଚ, ଧନିଆ ଗୁଣ୍ଡ-ଅଧ ଚାମୁଚ, ଘିଅ-୪ ଚାମୁଚ, ଦୁଧ-୮ ଚାମୁଚ ଓ ଦରକାର ଅନୁସାରେ ଲୁଣ ନେବେ । ପ୍ରସ୍ତୁତି- ପ୍ରଥମେ କଟା ଲାଉ ଓ ମସୁର ଡାଲିକୁ ସିଝାଇ ଦିଅନ୍ତୁ । ଗରମ ଘିଅ କରେଇରେ ହେଙ୍ଗୁ, ଲଙ୍କାଗୁଣ୍ଡ, ଧନିଆଗୁଣ୍ଡ ଓ ଲାଉକୁ ପକାଇ ବଘାରି ଦିଅନ୍ତୁ । ଏହାକୁ ତଳକୁ ଓହ୍ଲାଇଲା ପୂର୍ବରୁ ବେସନ ଓ …

Vegetarian

କୋଶଳା ଶାଗ

ଉପକରଣ – କୋଶଳା ଶାଗ-୧, ବିଡ଼ା, ଛୋଟ ନଡ଼ିଆ-ଫାଳେ, ବଡ଼ି-୧୦ଟା, ରିଫାଇନ ତେଲ-୨ ଚାମୁଚ, ଫୁଟଣ-ଅଧ ଚାମୁଚ, ଶୁଖିଲା ଲଙ୍କା-୨ଟା ଓ ଆବଶ୍ୟକ ଅନୁସାରେ ଲୁଣ ନେବେ । ପ୍ରସ୍ତୁତି- ପ୍ରଥମେ କୋଶଳା ଶାଗକୁ ପରିଷ୍କାର କରି ବାଛି ଦେବେ । ତା’ପରେ ଏହାକୁ ଛୋଟ ଛୋଟ କରି କାଟି ପାଣି ଛାଣି ରଖିବେ । ନଡ଼ିଆକୁ କୋରି ରଖିବେ । ବଡ଼ିକୁ ଭାଜି ଦରଦର ଛେଚା କରି ରଖିବେ । ଗରମ ତେଲରେ ଫୁଟଣ ଓ …

Vegetarian

କାଙ୍କଣ ଭର୍ତ୍ତା

ପ୍ରସ୍ତୁତି-ଆବଶ୍ୟକ ପରିମାଣରେ କାଙ୍କଣ ନେଇ ସିଝାଇ ଥଣ୍ଡା କରିଦେବେ । କାଙ୍କଣ ସିଝିଗଲେ ଏହାକୁ ଥଣ୍ଡା କରି ଏଥିରେ ଲୁଣ ପକାଇ ଚକଟି ଦେବେ । ଗରମ ତେଲରେ ସୋରିଷ ପକାଇ ଭାଜି ଦେବେ । ସୋରିଷ ଭାଜି ହୋଇଗଲେ ସେଥିରେ ଚକଟା କାଙ୍କଣକୁ ପକାଇ ଭଲକରି , ଖଡ଼କି ଦେବେ । ଏଥର କାଙ୍କଣ ଭର୍ତ୍ତା ପ୍ରସ୍ତୁତ ହୋଇଗଲା।

Vegetarian

କାଙ୍କଣ ଭଜା

ପ୍ରସ୍ତୁତି – କାଙ୍କଣକୁ ଧୋଇ ପତଳା ପତଳା ଗୋଲ ଗୋଲ କରି କାଟି ଦିଅନ୍ତୁ ।ଲୁଣ ଓ ହଳଦି ଦେଇ ଏହାକୁ ଅଳ୍ପ ସିଝାଇ ରଖନ୍ତୁ । ପିଆଜ, ରସୁଣ ଓ ଅଦା ଆବଶ୍ୟକତା ଅନୁସାରେ ବାଟି ରଖନ୍ତୁ । ନଡ଼ିଆକୁ କୋରି ତା’ର ରସ ସଂଗ୍ରହ କରି ରଖନ୍ତୁ । ଗରମ ତେଲ କରେଇରେ ବଟା ମସଲା ଦଇ କଷନ୍ତୁ । ମସଲା ଭଲ କରି କଷି ହୋଇଗଲେ ସେଥିରେ ଆଗରୁ ପ୍ରସ୍ତୁତ ଥିବା ଦରସିଝା …

Vegetarian

କଞ୍ଚା କଦିଳୀ ଭର୍ତ୍ତା

ପ୍ରସ୍ତୁତି- ପ୍ରଥମେ କଞ୍ଚା କଦଳୀକୁ ତଳ ଉପର କାଟି ମଝିରେ ୨ ଖଣ୍ଡ କରି ସିଝାଇ ଥଣ୍ଡା କରି ଦେବେ । ଏହା ସିଝିଗଲେ ତଳକୁ ଆଣି ଥଣ୍ଡା କରି ଚକଟି ଦେବେ । ଗରମ ତେଲରେ କଟା ପିଆଜ, କଟା ବିଲାତି ବାଇଗଣ, କଟା କଞ୍ଚାଲଙ୍କା ଓ କଟା ଧନିଆପତ୍ର ପକାଇ ଭାଜନ୍ତୁ । ଏହା ଭାଜି ହୋଇଗଲେ ଏଥିରେ ସିଝା କଦଳୀ ଓ ଲୁଣ ଦେଇ ଭଲ କରି ଖଡ଼କି ଦେବେ । ଏଥର …

Vegetarian

କଲରା ଚପ୍

ଉପକରଣ – ବଡ଼ ବଡ଼ କଲରା- ୪ଟି, ସିଝା ଆଳୁ-୧ଟି (ବଡ଼), ବଟା ଅଦା ଓ ରସୁଣ-୧ ଚାମୁଚ, କଟା ପିଆଜ-୨ ଚାମୁଚ, ଲଙ୍କା ଓ ଜିରା-ଅଧ ଚାମୁଚ, ବେସନ-୧ କପ, ଦରକାର ଅନୁସାରେ ଖାଇବା ସୋଢ଼ା, କଳାଜିରା, ଜୁଆଣୀ, ଲୁଣ, ହଳଦି ଗୁଣ୍ଡ ଓ ତେଲ ନେବେ । ପ୍ରସ୍ତୁତି –ପ୍ରଥମେ କଲରା ଗୁଡ଼ିକ ଧୋଇ ମଝିରୁ ଚିରି ଦେବେ । ଏହା ଯେପରି ଗୋଟା ହୋଇ ରହିଥିବ ସେଥିପ୍ରତି ଦୃଷ୍ଟି ଦେବେ । ଲୁଣ …

error: Content is protected !!