Non- Vegetarian

କାଜୁ ଚିକେନ୍ କରୀ

ଉପକରଣ – ଚିକେନ୍-୨ କିଲୋ, ନଡ଼ିଆ କୋରା-୨କପ, ରସୁଣ-୨୦ କୋଲା, ଅଦା-୨ ଇଞ୍ଚ ଖଣୋ, ଧନିଆ-୫ ବଡ଼ ଚାମୁଚ, ଜିରା-୩ ଚାମୁଚ, ଶୁଖିଲା ଲଙ୍କା-୮ଟା, ଲବଂଗ-୧୦ଟା, ଡ଼ାଲଚିନି-୬ଇଞ୍ଚର ଖଣ୍ଡେ, କାଜୁ-୫୦୦ ଗ୍ରାମ, କଟା ବଡ଼ ପିଆଜ-୨ଟା, ଗୋଲମରିଚ ଗୁଣ୍ଡା-୧ ଚାମୁଚ, ତେଲ-୧୦ ଚାମୁଚ ଓ ଆବଶ୍ୟକ ଅନୁସାରେ ଲୁଣ ଏବଂ ପାଣି ନେବେ ।

ପ୍ରସ୍ତୁତି – ଚିକେନ୍‌କୁ ଭଲ କରି ଧୋଇ ସଫା କରିବେ । ଗରମ ତେଲ କରେଇରେ ନଡ଼ିଆ କୋରା, ରସୁଣ, ଅଦା, ଧନିଆ, ଜିରା, ଲଙ୍କା, ଲବଂଗ ଓ ଡ଼ାଲଚିନି ପକାଇ ଅଳ୍ପ ଆଞ୍ଚରେ ଭାଜନ୍ତୁ । ୧୦ ମିନିଟ୍ ପରେ ୧୦୦ ଗ୍ରାମ୍ କାକୁ ପକାଇ ଭାଜନ୍ତୁ । ସେଥିରେ କଟା ପିଆଜ ପକାଇ ୨୦ ମିନିଟ୍ ଭାଜନ୍ତୁ । ଏହା ଭଲ କରି ଭାଜି ହୋଇଗଲେ ଏହାକୁ ଥଣ୍ଡା କରି ଦିଅନ୍ତୁ । ଏହାକୁ ଆବଶ୍ୟକ ପରିମାଣରେ ପାଣି ଦେଇ ବାଟି ଦିଅନ୍ତୁ । ଏଥିରେ ଗୋଲମରିଚ ଗୁଣ୍ଡ ମିଶାଇବାକୁ ଭୁଲିବେ ନାହିଁ । ୫୦ ଗ୍ରାମ୍ କାଜୁକୁ ବାଟି ଅଲଗା ରଖନ୍ତୁ । ଗରମ ତେଲ କରେଇରେ ବଟା ମସଲାକୁ ଧୀର ଆଞ୍ଚରେ ଭାଜନ୍ତୁ । ୨୦ ମିନିଟ୍ ଭାଜିଲା ପରେ ସେଥିରେ କାଜୁ ବଟା ଓ ଲୁଣ ପକାଇ ୫ ମିନିଟ୍ ଭାଜିଲା ପରେ ସେଥିରେ ଚିକେନ୍ ମିଶାଇ ୧୦ ମିନିଟ କଷନ୍ତୁ । ଏଥିରେ ଆବଶ୍ୟକ ପରିମାଣରେ ପାଣି ଦେଇ ଘୋଡ଼େଇ ଦିଅନ୍ତୁ । ଚିକେନ୍ ନରମ ହୋଇ ଆସିଲେ ଏହାକୁ ଓହ୍ଲାଇ ଦେବେ । ଏଥର କାକୁ ଚିକେନ କରୀ ପ୍ରସ୍ତୁତ ହୋଇଗଲା ।

Leave a Reply

error: Content is protected !!