Vegetarian

ମୁଗଡ଼ାଲି ଓ ସାଗୁଦାନା ଖେଚୁଡ଼ି

ଉପକରଣ – ମୁଗଡ଼ାଲି-୨କପ୍, ସାଗୁଦାନା-୨କପ୍, ତେଲ କିମ୍ବା ଘିଅ-୪ଚାମୁଚ, ହଳଦି ଗୁଣ୍ଡ-୧ ଚାମୁଚ, ନାଲି ଲଙ୍କା ଗୁଣ୍ଡ-୨ ଚାମୁଚ, କଞ୍ଚାଲଙ୍କା-୪ଟି, କୁମିନ ମଞ୍ଜି -୧ ଚାମୁଚ, ଦରକାର ଅନୁସାରେ ଲୁଣ ଓ ଧନିଆପତ୍ର ନେବେ ।

ପ୍ରସ୍ତୁତି- ପ୍ରଥମେ ପାଣିରେ ସାଗୁଦାନାକୁ ଘଣ୍ଟାଏ ଓ ମୁଗଡ଼ାଲିକୁ ୨ ଘଣ୍ଟା ବତୁରାନ୍ତୁ । ପ୍ରେସର କୁକରରେ ଦୁଇ ଚାମୁଚ ଘିଅ ବା ତେଲ ଗରମ କରି ସେଥିରେ କୁମିନ ମଞ୍ଜି ପକାନ୍ତୁ । ବତୁରାଇଥିବା ମୁଗଡ଼ାଲି ସହିତ ହଳଦି ଗୁଣ୍ଡ ମିଶାଇ ସେଥିରେ ୬ କପ୍ ପାଣି । ଓ ଦରକାର ଅନୁସାରେ ଲୁଣ ମିଶାଇ ଗରମ କରନ୍ତୁ । ଅନ୍ୟ ଏକ ପାତ୍ରରେ କିଛି ଘିଅ କିମ୍ବା ତେଲ ପକାଇ ସେଥିରେ କଞ୍ଚାଲଙ୍କାକୁ ଭାଜି ଦିଅନ୍ତୁ । ଏହାସହିତ ବତୁରା ହୋଇଥିବା ସାଗୁହାନାକୁ ମଧ ମିଶାଇ ଭାଜି ଦିଅନ୍ତୁ । ବର୍ତ୍ତମାନ ସେଥିରେ ଲଙ୍କାଗୁଣ୍ଡ ପକାଇ ଗୋଳାଇ ଦିଅନ୍ତୁ । ଅଚ୍ଛ ଆଞ୍ଚରେ ଚୁଲି ଜାଳି ସେଥିରେ ରନ୍ଧା ଯାଇଥିବା ଡ଼ାଲିକୁ ପକାଇ ଦିଅନ୍ତୁ । ତିନି କପ୍ ପାଣି ଓ ସ୍ବାଦ ଅନୁସାରେ ଲୁଣ ପକାଇ ଏହାକୁ ଗରମ କରି ଦିଅନ୍ତୁ । ବର୍ତ୍ତମାନ ମୁଗ ଡ଼ାଲି ଓ ସାଗୁଦାନା ଖେଚୁଡ଼ି ପ୍ରସ୍ତୁତ ହୋଇଗଲା ।

Leave a Reply

error: Content is protected !!