Non- Vegetarian

ଚିକେନ୍ ମହାରାଜ

ଉପକରଣ – ଚିକେନ୍-୨କିଲୋ, କାଜୁ-୫୦୦ ଗ୍ରାମ୍, ଚାର, ମଗଜ-୩୦୦ ଗ୍ରାମ,ଅଦା-୨୦୦ ଗ୍ରାମ, ରସୁଣ-୨୦୦ ଗ୍ରାମ, ପିଆଜ-୫୦୦ ଗ୍ରାମ୍, ଗରମ ମସଲା-୫ ଗ୍ରାମ, ପୋଦିନା ପତ୍ର ଗୁଣ୍ଡ-୧୦ ଗ୍ରାମ, ରାଶି-୧୦୦ ଗ୍ରାମ, ଧନିଆ-୧୦୦ଗ୍ରାମ୍, କଞ୍ଚା ଅଣ୍ଡା-୮ଟି, ଦୁଧ୩୦୦ ଗ୍ରାମ, ପେସ୍ତା ବାଦାମ-୫୦ ଗ୍ରାମ, ପୋସ୍ତକ-୫୦ଗ୍ରାମ, ଚିନି-୨୦ ଗ୍ରାମ୍, ଅଜିନା ମଟର-୨୦୦ଗ୍ରାମ, ଚିକେନ ମସଲା-୫ ଗ୍ରାମ୍, ଆବଶ୍ୟକ ଅନୁସାରେ ବଟର, ଘିଅ ଓ ଲୁଣ ନେବେ |

ପ୍ରସ୍ତୁତି – ପ୍ରଥମେ ଚିକେନ୍‌କୁ ଛୋଟ ଛୋଟ ଖଣ୍ଡ କରି ପରିଷ୍କାର ଧୋଇ ଛାଣି ରଖନ୍ତୁ । କଞ୍ଚା ଅଣ୍ଡା, ଅଜିନା ଓ ଦୁଧକୁ ଚିକେନ ସହିତ ଭଲ ଭାବରେ ଗୋଳେଇ ରଖନ୍ତୁ । ଏହା ପରେ ଚିକେନ୍‌କୁ ଘିଅରେ ଛାଣି ରଖନ୍ତୁ । ଅନ୍ୟ ଏକ କରେଇରେ ତେଲ ଦେଇ ଅଦା, ରସୁଣ,ଧନିଆ ଓ ପିଆଜ ବଟାକୁ ପକାଇ ଭଲ କରି କଷି ଦିଅନ୍ତୁ । ଏହା ମାଟିଆ ର°ଗ ହୋଇଗଲେ ସେଥିରେ ବଟାରାଶି, ପୋସ୍ତକ, ଅଳ୍ପ ଦୁଧ ଓ କାକୁ ଗୁଣ୍ଡକୁ ପକାଇ ଦିଅନ୍ତୁ । ଅଳ୍ପ ସମୟ ପରେ ଏହା ଫୁଟିଗଲେ। ସେଥିରେ ଛଣା ଚିକେନ୍, ଚିକେନ୍ ମସଲା ଓ ଗରମ ମସଲା ପକାଇ ଘାଣ୍ଟି ଦିଅନ୍ତୁ । ଅଳ୍ପ ପାଣି ଦେଇ ଘୋଡ଼େଇ ଦିଅନ୍ତୁ । କିଛି ସମୟ ପରେ ଚିକେନ୍ ମହାରାଜ ପ୍ରସ୍ତୁତ ହାଇଗଲା ।

Leave a Reply

error: Content is protected !!