Vegetarian

ପନିର ପଲାଉ

ପ୍ରସ୍ତୁତି – ସରୁ ଅରୁଆ ଚାଉଳ ୨୦୦ ଗ୍ରାମରେ ପ୍ରଥମେ ଭାତ ରାନ୍ଧିବେ । ଏହାକୁ ଟାଣ ଟାଣ ଅବସ୍ଥାରେ ରଖିବେ । ଗରମ କରେଇରେ ୫୦ ଗ୍ରାମ୍ ଘିଅ ପକାଇ ସେଥିରେ ଦରକାର ମୁତାବକ ଚିନି ଦେଇ ରାନ୍ଧିବେ । ଚିନି ଲାଲ ହେବା ପରେ ସେଥିରେ କାଜୁ, ଖିସ୍ମିସ୍ ଓ ୨୦୦ ଗ୍ରାମର କଞ୍ଚା ପନିରକୁ ମିଶାଇ ରାନ୍ଧିବେ । ପନିର ଟିକେ ଲାଲ ହୋଇଗଲେ ଆଗରୁ ପ୍ରସ୍ତୁତ ଥିବା ଟାଣ ଟାଣ ଭାତକୁ ଏଥିରେ ପକାଇ ଦେବେ । ଏଥିରେ ଆବଶ୍ୟକୀୟ ପରିମାଣରେ ଲୁଣ ଓ ୩୦ ଗ୍ରାମ୍ ଚିନି ପକେଇ ଗୋଳେଇ ଦେବେ । ତା’ପରେ ସେଥିରେ ଗୁଜୁରାତି ଗୁଣ୍ଡ ୫ଗ୍ରାମର ପକାଇ ଓହ୍ଲାଇ ଦେବେ । ଏଥର ପନିର ପଲାଉ ପ୍ରସ୍ତୁତ ହୋଇଗଲା ।

Leave a Reply

error: Content is protected !!