Other Regional Foods

ଭେଜ ବିରିଆନି

ଉପକରଣ – ବାସୁମତୀ ଚାଉଳ-୧ କିଲୋ, ବିନ୍-୩୦୦ ଗ୍ରାମ, ଫୁଲକୋବି -୨ କିଲୋ, ଗାଜର-୩୦୦ ଗ୍ରାମ୍, ବିଟ-୨୦୦ ଗ୍ରାମ୍, କ୍ୟାପସିକମ୍-୨୦୦ ଗ୍ରାମ୍, . ପନିର-୫୦୦ ଗ୍ରାମ, ଡ଼ାଲିଚିନି ଗୁଣ୍ଡ-୧୫ ଗ୍ରାମ୍, ଗୁଜୁରାତି ଗୁଣ୍ଡ-୨୦ ଗ୍ରାମ୍, ଅଳେଇଚ ଗୁଣ୍ଡ-୧୫ ଗ୍ରାମ୍, ଜାଇତ୍ରୀ-୫ ଗ୍ରାମ୍, ଘିଅ-୪୦୦ ଗ୍ରାମ୍, ଗୁଆ ଘିଅ-୧୦୦ ଗ୍ରାମ, କାଜୁ-୧୦୦ ଗ୍ରାମ୍, ଖିସ୍ମିସ୍-୧୦୦ ଗ୍ରାମ, ଚିନି-୨୦ ଗ୍ରାମ୍, ଗୋଲାପ ଜଳ-୧୦ ଗ୍ରାମ, ଦରକାର ଅନୁସାରେ ଲୁଣ ଓ ପାଣି ନେବେ ।

ପ୍ରସ୍ତୁତି – ପ୍ରଥମେ ବାସୁମତୀ ଚାଉଳରେ ଭାତ ରାନ୍ଧିବେ । ଏହା ଟାଣ ଟାଣ ଥିବା ଅବସ୍ଥାରେ ଓହ୍ଲାଇ ଦେବେ । ସେଥିରୁ ଅଳ୍ମ ଭାତ ନେଇ ହଳଦିଆ ରଙ୍ଗ ମିଶାଇ ରାନ୍ଧିବେ । ଫୁଲ କୋବି, ବିନ୍, ଗାଜର, ବିଟ, କ୍ୟାପସିକମ୍ ଓ ପନିରକୁ କାଟି ଘିଅରେ ଛାଣି ରଖିବେ । କାଜୁ ଓ ଖିସ୍ମିସ୍ କୁ ମଧ, ଘିଅରେ ଛାଣି ରଖିବେ । ଚଉଡ଼ା ପାତ୍ରରେ ଘିଅ ଗରମ କରି ଦରଫୁଟା ଭାତକୁ ସେଥିରେ ପକାନ୍ତୁ । ଏହା ଉପରେ ଛଣା ହୋଇଥିବା ପରିବା ଖଣ୍ଡ ଓ ଆଗରୁ ରଖା ହୋଇଥିବା ହଳଦିଆ ଭାତକୁ ମଧ ପକାଇ ଦେବେ । ଏଥିରେ ଲୁଣ ଓ ଚିନି ମଧ୍ୟ ପକାଇବେ । ଏହା ଉପରେ ଡାଲିଚିନିଗୁଣ୍ଡ ବିଛାଇବେ । ଗୋଲାପ ଜଳ ମଧ୍ୟ ପକାଇବେ । ଗୁଆ ଘିଅ ଦେଇ ଭଲ ଭାବରେ ଘାଣ୍ଟି ଦେବେ । ୫ ମିନିଟ ପରେ ଏହାକୁ ପରିବେଷଣ କରିପାରିବେ ।

Leave a Reply

error: Content is protected !!