Vegetarian

ମଟର ପନିର ପଲାଉ

ଉପକରଣ – ବାଲାମୀ ଅରୁଆ ଚାଉଳ -୫୦୦ ଗ୍ରାମ, ମଟର ଛୁଇଁ ମଞ୍ଜି -୨ କପ, ଛେନା -୨୫୦ ଗ୍ରାମ, ଜିରା -୨ ଚାମୁଚ, ତେଜ ପତ୍ର – ୪ଟା, ଡ଼ାଲିଚିନି, – ୨ ଖଣ୍ଡ, ଲବଙ୍ଗ – ୪ଟା, ଗୁଜୁରାତି – ୪ଟା, ଘିଅ – ୪ ଚାମୁଚ, ଆବଶ୍ୟକ ଅନୁସାରେ ଲୁଣ, ତେଲ ଓ ପାଣି ନିଅନ୍ତୁ ।

ପ୍ରସ୍ତୁତି – ପ୍ରଥମେ ମଟର ଛୁଇଁ ମଞ୍ଜିକୁ ବତୁରାଇ ଦିଅନ୍ତୁ । ଚାଉଳକୁ ଧୋଇ ଶୁଖାଇ ଦିଅନ୍ତୁ । ଛେନାକୁ ଛୋଟ ଛୋଟ କରି ଭାଜି ରଖନ୍ତୁ । ବର୍ଭମାନ ଗୋଟିଏ ଡେକଚିରେ ରିଫାଇନ ତେଲ ପକାଇ ଗରମ କରନ୍ତୁ । ଏଥିରେ ଜିରା, ଗରମ ମସଲା ଓ ତେଜପତ୍ର ପକାଇ ଟିକେ ଭାଜି ଦିଅନ୍ତୁ । ଆଗରୁ ବଡୁରା ହୋଇଥିବା ମଟର ଛୁଇଁ ମଞ୍ଜିକୁ ଛାଣି । ଏଥିରେ ପକାଇ ଭାଜି ଦିଅନ୍ତୁ । ତା’ପରେ ଏଥିରେ ପାଣି ନଥିବା ଚାଉଳକୁ ପକାଇ ଭଲ କରି ଭାଜି ଦିଅନ୍ତୁ । ଚାଉଳ ଭାଜି ହୋଇଗଲେ ଚାଉଳର ଏକଇଞ୍ଚ ଉପର ଯାଏ । ପାଣି ଦିଅନ୍ତୁ । ଏଥିରେ ଲୁଣ ପକାଇ ଘୋଡ଼ାଇ ଦିଅନ୍ତୁ ।
ଭାତ ହୋଇ ଆସିଲେ । ସେଥିରେ ଆଗରୁ ପ୍ରସ୍ତୁତ ଥିବା ଭଜା ଛେନାକୁ ପକାନ୍ତୁ । ଏହାକୁ ଭଲ କରି ଘାଣ୍ଡୁଥିବେ । ପାଣି ଶୁଖୁଗଲେ ଏହାକୁ ଚୁଲ୍ଲିରୁ ଓହ୍ଲାଇ ସେଥିରେ ” ଗରମ ଘିଅ ବୁଲାଇ ପକାନ୍ତୁ । ଏଥର ମଟର ପନିର ପଲାଉ ପ୍ରସ୍ତୁତ ହୋଇଗଲା । ।

Leave a Reply

error: Content is protected !!