Vegetarian

ତଡ଼କା

ଉପକରଣ – ୨୦୦ ଗ୍ରାମ-ବିରି ଡ଼ାଲି, ୨୦୦ ଗ୍ରାମ-ବୁଟ ଡ଼ାଲି, ବିଲାତି ବାଇଗଣ-୪ଟା, ପିଆଜ-୧୦୦ ଗ୍ରାମ୍, ରସୁଣ-୧୦ ଗ୍ରାମ୍, ଅଦା-୨ ଇଞ୍ଚିରେ ଖଣ୍ଡେ, ତେଲ-୫୦ଗ୍ରାମ୍, କଞ୍ଚାଲଙ୍କା-୧୦ ଗ୍ରାମ, ଜିରା-୨ ଚାମୁଚ, ଡାଳଚିନି-୪ ଖଣ୍ଡ, ଗୁଜୁରାତି -୪ଟା, ଗୋଲମରିଚ-୧୫ଟା, ଲବଙ୍ଗ-୧୦ଟା, ଆବଶ୍ୟକ ଅନୁସାରେ ଲୁଣ ଓ ହଳଦି ଗୁଣ୍ଡ ନେବେ ।

ପ୍ରସ୍ତୁତି – ପ୍ରଥମେ ବିରି ଡ଼ାଲି ଓ ବୁଟ ଡ଼ାଲିରେ ଲୁଣ ଏବଂ ହଳଦି ମିଶାଇ ଅଧା ସିଝାଇ ଦିଅନ୍ତୁ । ପିଆଜ, କଞ୍ଚାଲଙ୍କା, ରସୁଣ ଓ ଅଦାକୁ ଭଲ କରି ବାଟି ରଖନ୍ତୁ । ଜିରା, ଡାଳଚିନି, ଲବଙ୍ଗ, ଗୁଜୁରାତି ଓ ଗୋଲମରିଚ କୁ ଗୁଣ୍ଡ କରି ରଖନ୍ତୁ । ବିଲାତି ବାଇଗଣକୁ ଛୋଟ ଛୋଟ କରି କାଟି ରଖନ୍ତୁ । ଗରମ ତେଲ ପାତ୍ରରେ କଞ୍ଚାଲଙ୍କା, ଅଦା, ରସୁଣ ଓ ପିଆଜକୁ ପକାଇ ଭଲ କରି ଭାଜି ଦିଅନ୍ତୁ । ତାପରେ ସେଥିରେ ବିଲାତି ବାଇଗଣ ଓ ଗରମ ମସଲା ଗୁଣ୍ଡ ଦେଇ ଭଲ କରି ଭାଜି ଦିଅନ୍ତୁ । ମସଲା ଭଲ କରି ଭାଜି ହୋଇଗଲେ ସେଥିରେ ପ୍ରସ୍ତୁତ ରହିଥିବା ଡ଼ାଲିକୁ ଢ଼ାଳି ଦିଅନ୍ତୁ । ଏହା ଭଲ କରି ଫୁଟିଲା ପରେ ଏହାକୁ ଓହ୍ଲାଇ ଦିଅନ୍ତୁ । ଏଥର ତଡ଼କା ପ୍ରସ୍ତୁତ ହୋଇଗଲା ।

Leave a Reply

error: Content is protected !!