ପ୍ରସ୍ତୁତି – ପ୍ରଥମେ ମଧୁର ମୀନ ମାଛକୁ ( କେରାଣ୍ଡି ଓ ଜରାଳି ) ଭାଜି ଦେବେ । ଗରମ ତେଲରେ ଗୋଟା କଞ୍ଚାଲଙ୍କା ( ଫାଳ ହୋଇଥିବା), ଫୁଟଣ, କଟା ପିଆଜ ଓ କଟା ବିଲାତି ବାଇଗଣ ପକେଇ ଭାଜି ଦେବେ । ଏଥିରେ ଆବଶ୍ୟକତା ଅନୁସାରେ ଲୁଣ ଓ ହଳଦୀ ଗୁଣ୍ଡ ପକେଇବେ । ଦରକାର ଅନୁସାରେ ଖଟା ତୋରାଣି / ପାଣି ଦେବେ । ଏହା ଭଲ କରି ଫୁଟିଗଲା ପରେ ସେଥିରେ ମାଛ ପକେଇ ଘୋଡ଼େଇ ଦେବେ ।
କିଛି ସମୟ ପରେ ଏହା ପ୍ରସ୍ତୁତ ହୋଇଗଲେ କଟା ଧନିଆ ପତ୍ର ପକାଇ ଓହ୍ଲାଇ ଦେବେ । ମାଛର ହଳଦି ପାଣି ପ୍ରସ୍ତୁତ ହୋଇଗଲା ।

ବଡ ମାଛର ହଳଦି ପାଣି ରନ୍ଧନ ପ୍ରଣାଳି ଏକାପରି, କେବଳ ମଧୁର ମାଛହିଂ ଏହି ତରକାରି ରେ ବ୍ୟବହାର କରାଯାଏ ।
