Non- Vegetarian

ମସଲା ମାଛ ଭଜା

ଉପକରଣ – ବଡ଼ ମାଛ – ୧୦ ପିସ୍, କର୍ଣ୍ଣଫୋର-୪ଚାମୁଚ, ମଇଦା-୨ ଚାମୁଚ, ଅଦା ପୋଷ୍ଟ-୪ଚାମୁଚ, ଭିନେଗାର-୨ ଚାମୁଚ, ରସୁଣ ପୋଷ୍ଟ-୪ଚାମୁଚ, ଜିରା ପାଉଡ଼ର – ୨ ଚାମୁଚ, ଧନିଆ ପାଉଡ଼ର-୨ ଚାମୁଚ, କଟା କଞ୍ଚା ଲଙ୍କା-୩ଚାମୁଚ, ସୋୟାସସ୍-୪ଚାମୁଚ, ହଳଦି-୪ଚାମୁଚ, ଧନିଆ ପତ୍ର-୨ବିଡ଼ା, ଦରକାର ଅନୁସାରେ ଲୁଣ ଓ ତେଲ ନେବେ ।

ପ୍ରସ୍ତୁତି – ପ୍ରଥମେ ମାଛକୁ ଧୋଇ ତାର କାତି ବାହାର କରି ଦେବେ । ତା’ପରେ ମାଛରେ ହଳଦି, ଲୁଣ, ଅଦା, କଞ୍ଚାଲଙ୍କା, ରସୁଣ, ଜିରା, ଧନିଆ, ସୋୟାସସ୍, ବିଲାତି ସସ୍, ଭିନେଗାର, କଟା ଧନିଆ ପତ୍ର ଓ ଶେଷରେ କର୍ଣ୍ଣ ଫୋର ଏବଂ ମଇଦା ଦେଇ ଭଲ କରି ଗୋଳେଇ ଦେବେ । ଏହାକୁ କିଛି ସମୟ ରଖି କମ ଆଞ୍ଚର ଗରମ ତେଲରେ ଏହାକୁ ଲାଲ କରି ଭାଜି ଦିଅନ୍ତୁ । ଏହା ଭଲ କରି ଭଜା ହୋଇଗଲା ପରେ ଏହାକୁ ଗୋଟା କଞ୍ଚାଲଙ୍କା (ଡେମ୍ପଟିଣ୍ଡା) କଟା ବିଲାତି ଓ ଧନିଆ ପତ୍ର ସଜେଇ ଦିଅନ୍ତୁ । ଏଥର ମସଲା ମାଛ ଭଜା ପ୍ରସ୍ତୁତ ହୋଇଗଲା ।

Leave a Reply

error: Content is protected !!