Non- Vegetarian

ମାଛ ମୁଣ୍ଡ ପରିବା ମହୁର

ଉପକରଣ – ବଡ଼ ମାଛ ମୁଣ୍ଡ-୨ଟା, ସାରୁ-୧୦ଟି ପୁଆ, ଦେଶୀ ଆଲୁ-୧୦୦ ଗ୍ରାମ, ଆଲୁ-୪ଟି, କଞ୍ଚା କଦଳୀ-୨ଟା, ବାଇଗଣ-୨ଟା, ରସୁଣ-୨ଟା, ସୋରିଷ ତେଲ-୨ ଚାମୁଚ, ଜିରା ଏକ ଚାମୁଚ, ଲଙ୍କା-୫ଟି ଓ ଆବଶ୍ୟକ ଅନୁସାରେ ତେଲ, ଲୁଣ ଏବଂ ହଳଦି ନେବେ ।

ପ୍ରସ୍ତୁତି – ପ୍ରଥମେ ପରିବାକୁ ଧୋଇ ଛୋଟ ଛୋଟ କାଟି ରଖିବେ । ମାଛ ମୁଣ୍ଡକୁ ଲୁଣ ଓ ହଳଦୀ ଗୋଳାଇ ଭାଜି ରଖନ୍ତୁ । ମସଲାକୁ ବାଟି ରଖନ୍ତୁ । ଅବଶିଷ୍ଟ ତେଲରେ ଫୁଟଣ ଫୁଟାଇ ସେଥିରେ ପରିବାକୁ ଭାଜି ଲୁଣ, ହଳଦି ଓ ମାଛ ମୁଣ୍ଡ ପକେଇ ଘୋଡ଼େଇ ରଖନ୍ତୁ । ପରିବା ସଝିଗଲେ ଓ ମାଛ ମୁଣ୍ଡକୁ ଭଲ କରି ଘାଣ୍ଟି ଛୋଟ ଛୋଟ ହୋଇ ଗଲେ। ଏଥିରେ ଅଳ୍ପ କଞ୍ଚା ସୋରିଷ ତେଲ ପକାଇ ଓହ୍ଲାଇ ଦିଅନ୍ତୁ । ଏଥର ମାଛ ମୁଣ୍ଡ ପରିବା ମହୁର ତରକାରୀ ପ୍ରସ୍ତୁତ ହୋଇଗଲା ।

Leave a Reply

error: Content is protected !!