Vegetarian

କୋଶଳା ଶାଗ

ଉପକରଣ – କୋଶଳା ଶାଗ-୧, ବିଡ଼ା, ଛୋଟ ନଡ଼ିଆ-ଫାଳେ, ବଡ଼ି-୧୦ଟା, ରିଫାଇନ ତେଲ-୨ ଚାମୁଚ, ଫୁଟଣ-ଅଧ ଚାମୁଚ, ଶୁଖିଲା ଲଙ୍କା-୨ଟା ଓ ଆବଶ୍ୟକ ଅନୁସାରେ ଲୁଣ ନେବେ ।

ପ୍ରସ୍ତୁତି- ପ୍ରଥମେ କୋଶଳା ଶାଗକୁ ପରିଷ୍କାର କରି ବାଛି ଦେବେ । ତା’ପରେ ଏହାକୁ ଛୋଟ ଛୋଟ କରି କାଟି ପାଣି ଛାଣି ରଖିବେ । ନଡ଼ିଆକୁ କୋରି ରଖିବେ । ବଡ଼ିକୁ ଭାଜି ଦରଦର ଛେଚା କରି ରଖିବେ । ଗରମ ତେଲରେ ଫୁଟଣ ଓ ଲଙ୍କା ପକାଇ ଭାଜିବେ । ଫୁଟଣ ଫୁଟିଗଲେ ସେଥିରେ କଟା ଶାଗ, କୋରା ନଡ଼ିଆ ଓ ଆବଶ୍ୟକ ଅନୁସାରେ ଲୁଣ ପକେଇ ଘୋଡ଼େଇ ଦେବେ । ଶାଗ ସିଝିଗଲେ ସେଥିରେ ବଡ଼ି ପକାଇ ଓହ୍ଲାଇ ଦେବେ । ଏଥର କୋଶଳା ଶାଗ ପ୍ରସ୍ତୁତ ହୋଇଗଲା । ଏହାକୁ ଓପାସ ଦିନରେ ମଧ୍ୟ ଖାଇ ପାରିବେ ।

Leave a Reply

error: Content is protected !!